୧୦ରେ ବିଧାନସଭା ଘେରିବେ ବିଏଡ୍‌ ଶିକ୍ଷକ

ଭୁବନେଶ୍ୱର : ବିଏଡ୍‌ ଶିକ୍ଷକଙ୍କ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ ମିଳିତ ବିଏଡ୍‌ ଶିକ୍ଷକ ମହାସଂଘ। ସେପ୍ଟେମ୍ବର ୩ରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ଦିଆଯିବ। ଏହାପରେ ୬ ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ। ଯଦି ଏହି ସମୟ ମଧ୍ୟ ଦାବି ପୂରଣ କରା ନ ଯାଏ ତେବେ ସେପ୍ଟେମ୍ବର ୧୦ରେ ବିଧାନସଭା ଘେରାଉ ହେବ। ମାଷ୍ଟରକ୍ୟାଣ୍ଟିନ୍‌ ରେଳଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପିଏମ୍‌ଜିଠାରେ ଧାରଣ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଆଜି ନେହେରୁ ଯୁବ ପ୍ରତିଷ୍ଠାନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର