କଂଗ୍ରେସ ଛାଡ଼ିଲେ ବିଭୁ ତରାଇ

ଭୁବନେଶ୍ବର : ଜଗତ୍‌ସିଂହପୁର ଜିଲ୍ଲା ତିର୍ତୋଲ୍‌ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା କଂଗ୍ରେସ ନେତା ବିଭୁପ୍ରସାଦ ତରାଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଟିକେଟ୍‌ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ସେ ହାତ ଛାଡ଼ିଥିବା ସୂଚନା ମିଳିଛି। ଆଜି ‌ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଶ୍ରୀ ତରାଇ। ପାରାଦୀପ ବିଧାନସଭା ଆସନରେ କଂଗ୍ରେସ ଦଳ ଅରିନ୍ଦମ(ବାପି) ସର୍ଖେଲଙ୍କୁ ପ୍ରାର୍ଥୀ କରାଇଥିବାରୁ ଏ ନେଇ ସେ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର