‘କେନ୍ଦ୍ର ଅବହେଳା ବିରୋଧରେ ସ୍ୱର ଉତ୍ତୋଳନ କରାଯିବ’

ନିମାପଡ଼ା : ସବୁ କିଛି ଥାଇ ମଧ୍ୟ ଓଡ଼ିଶା ପଛୁଆ ରହିବାର ମୁଖ୍ୟ କାରଣ ଆମର ସଂଘୀୟ ବ୍ୟବସ୍ଥା ଓ କେନ୍ଦ୍ରର ଅବହେଳା। କେନ୍ଦ୍ର ଅବହେଳା ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି ନବ ନିର୍ବାଚିତ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ନିମାପଡ଼ା ଜୟଶ୍ରୀ ଛକଠାରେ ବ୍ଲକ୍‌ ବିଜେଡି ଏବଂ ନଗର କମିଟି ପକ୍ଷରୁ ଆଜି ସଂଧ୍ୟାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ବିଧାୟକ ସମୀର ରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସାଂସଦ ଶ୍ରୀ ପଟ୍ଟନାୟକ ତାଙ୍କୁ ବିଜୁ ଜନତା ଦଳରେ ଗ୍ରହଣ କରି ରାଜ୍ୟସଭାକୁ ପଠାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ। ରାଜ୍ୟ ପ୍ରଗତିରେ ପ୍ରତିବନ୍ଧକକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ସମ୍ବର୍ଦ୍ଧନା ସଭାରେ ବିଜେଡି ନଗର କମିଟି ସଭାପତି ଜୀବନାନନ୍ଦ ମହାପାତ୍ର, ଏନ୍‌ଏସି ଅଧ୍ୟକ୍ଷ ସନାତନ ପ୍ରଧାନ, ଯୁବନେତା ଅଶୋକ ସାହୁ, ବରିଷ୍ଠ ନେତା ନବଘନ ବଳ, ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଦୀପ୍ତ ଖଟୋଇ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବାର୍‌ ଆସୋସିଏସନ୍‌ ଏବଂ ବ୍ୟବସାୟୀ ମହାସଂଘର ସଦସ୍ୟମାନେ ମଧ୍ୟ ସଭାରେ ଉପସ୍ଥିତି ଥିଲେ। ଶ୍ରୀ ପଟ୍ଟନାୟକଙ୍କୁ ଏକ ବାଇକ୍‌ ଶୋଭାଯାତ୍ରାରେ ସଭାସ୍ଥଳକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର