ଭୁବନେଶ୍ବର : ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରେ ସମାବେଶ କରି ୨୦୧୯ରେ ବିଜେପି କ୍ଷମତାକୁ ଆସିଲେ ରାଜ୍ୟ ପାଇଁ କଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଗକୁ ଏପରି ସମାବେଶ କରି ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଦଳର ଆଭିମୁଖ୍ୟ ପହଞ୍ଚାଇବ ବୋଲି ଘୋଷଣା ହୋଇଥିଲା। ହେଲେ ବିଜେପିର ଏପରି ପ୍ରତିଶ୍ରୁତିକୁ କେବଳ ଜୁମଲା ବୋଲି କହିଛି ବିଜେଡି। ଦଳର ନେତାମାେନ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବିଜେପିର ପ୍ରତିଶ୍ରୁତି ସମାବେଶ ପ୍ରହେଳିକା ଓ ପ୍ରତାରଣା।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ବିଜୁ କଷକ ଜନତା ଦଳର ମହାସଚିବ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ପାଲଟା ଆକ୍ରମଣ କରି କହିଥିଲେ,୨୦୧୪ରୁ ଓଡ଼ିଶାବାସୀଙ୍କୁ ବିଜେପି ବିଭ୍ରାନ୍ତ କରିଆସୁଛି। ଏହି କ୍ରମରେ ଆଉ ଗୋଟିଏ ପାଦ ଆଗକୁ ଯାଇ କ୍ଷମତାକୁ ଆସିଲେ କଣକଣ କରିବ ସେ ନେଇ ରଖିଥିବା ପ୍ରତିଶ୍ରୁତି କେବଳ ଲୋକଙ୍କୁ ଭଣ୍ଡାଇବାକୁ ଉଦ୍ୟମ। ୨୦୧୪ ନିର୍ବାଚନ ପୂର୍ବରୁ ବିଜେପି ଏପରି ଅନେକ ପ୍ରତିଶ୍ରୁତି ଦେଇଥିଲା, ଯାହା ଏବେ ପ୍ରତାରଣାରେ ପରିଣତ ହୋଇଛି।
ପ୍ରତାରଣାର ମୁଖ୍ୟ ୬ଟି ଜୁମଲା ତାଲିକା ରଖି ଶ୍ରୀ ଜେନା କହିଥିଲେ, ୨୦୧୪ରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ସାରାଦେଶରେ ପ୍ରତିବର୍ଷ ୨ କୋଟି ନିଯୁକ୍ତି ବି। ଏହି ଅନୁଯାୟୀ ୫ ବର୍ଷରେ ୧୦ କୋଟି ଚାକିରି ଓ ସମାନ ଅନୁପାତରେ ଓଡ଼ିଶା ପାଇଁ ୩୬ ଲକ୍ଷ ଚାକିରି ପ୍ରଦାନ କରିବା କଥା। ହଜାରେ ଚାକିରି ବି ଦେଇପାରିଲେ ନାହିଁ। ଅନ୍ୟପଟେ ଗତବର୍ଷ ମଧ୍ୟରେ ୧ କୋଟିରୁ ଅଧିକ ଚାକିରି ସୁଯୋଗ ଦେଶ ହରାଇଛି ବୋଲି ସିଏମଆଇଇ ସଂସ୍ଥା ଏକ ରିପୋର୍ଟରେ ପ୍ରକାଶ କରିଛି। ଏବେ ନିଯୁକ୍ତି କଥା କହି ଓଡ଼ିଶାର ଯୁବକଯୁବତୀଙ୍କ ପ୍ରତାରଣା କରିବାକୁ ନୂଆ ଚକ୍ରାନ୍ତ ବିଜେପି କରୁଛି।
କେବଳ ସେତିକି ନୁେହଁ, ପ୍ରତି ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା କଥା କୁହାଯାଇଥିଲା। ବିମୁଦ୍ରାକରଣ ଯୋଗୁଁ ଲୋକେ ହଇରାଣ ହେଲେ, ମଧ୍ୟବର୍ଗ ଓ ନିମ୍ନମଧ୍ୟ ବର୍ଗ ଲୋକଙ୍କଠାରୁ ଜରିମାନା ଆକାରରରେ କୋଟିକୋଟି ଟଙ୍କା ସରକାର ଶୋଷି ନେଲେ। ଜନଧନ ଯୋଜନାରେ ଟଙ୍କାଟିଏ ବି ଆଜି ପର୍ଯ୍ୟନ୍ତ ପହଞ୍ଚାଇ ପାରିନାହାନ୍ତି।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣା ବୃଦ୍ଧି କେବଳ ପ୍ରତିଶ୍ରୁତିରେ ରହିଗଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ଥିବାବେଳେ ଏହାକୁ କେବଳ ୨୦୦ ଟଙ୍କା ବୃଦ୍ଧି କରି ୧୭୫୦ ଟଙ୍କା କୁଇଣ୍ଟାଲ କରାଯାଇଛି। ଭାରତୀୟ ଜନତା ପାର୍ଟି ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ପେଟ୍ରୋଲ ଓ ଡିେଜଲ ଦର ବଢ଼ିବା ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁହୁ ହୋଇ ବଢ଼ିଚାଲିଛି। ଉଜ୍ଜ୍ବଳା ଦୁର୍ନୀତି ଆଜି ସମୟରେ ବଡ଼ ସ୍କାମ ବୋଲି ବିଜେଡି କହିଛି।
ସେହିପରି ମହାନଦୀ, ପୋଲାଭରମ, କୋଷ୍ଟାଲ ହାଇେଵ, ୩୩ଟି ଯୋଜନାରେ ଅର୍ଥକାଟ ଓ ୮ଟି ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇ ବିଜେପି ରାଜ୍ୟବାସୀଙ୍କୁ ଠକିଛି। ବିଆରଜିଏଫ, କେବିକେ, ଆଇଏପି ଭଳି ବିଭିନ୍ନ ଯୋଜନାଗୁଡ଼ିକ ଯାହା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କୁ ବିକଶିତ କରୁଥିଲା, ତାହାକୁ ମଧ୍ୟ ବିଜେପି ବନ୍ଦ କରିଦେଇଛି। କୋଇଲା ବ୍ଲକ ନିଲାମରୁ ଓଡ଼ିଶା ୭୦ ହଜାର କୋଟି ପାଇବ ବୋଲି ବିଜେପି କହିଥିଲା। କିନ୍ତୁ ଏେବସୁଦ୍ଧା ରାଜ୍ୟକୁ ମିଳିଛି ମାତ୍ର ୩୭୦ କୋଟି ଟଙ୍କା। ରେଳବାଇ କ୍ଷେତ୍ରରେ ଓଡ଼ିଶାରୁ ବାର୍ଷିକ ୨୦ ହଜାର କୋଟି ରାଜସ୍ବ ନେଉଥିବା ବେଳେ କେବଳ ୨ ହଜାର କୋଟି ଓଡ଼ିଶାରେ କେନ୍ଦ୍ର ସରକାର ରେଳ ବିକାଶ ପାଇଁ ଖର୍ଚ୍ଚ କରୁଛନ୍ତି। କ୍ଲିନ୍ ଏନର୍ଜି ସେସ୍ ବାବଦକୁ କେନ୍ଦ୍ର ସରକାର ୨୧ ହଜାର କୋଟି ଓଡ଼ିଶାରୁ ରୋଜଗାର କରୁଛନ୍ତି ମାତ୍ର ଟଙ୍କାଟିଏ ବି ରାଜ୍ୟକୁ ଫେରାଇ ନାହାନ୍ତି। ଏମସିଏଲ ଓଡ଼ିଶାରେ ୨୦ ହଜାର କୋଟିର କୋଇଲା ବ୍ୟବସାୟ କରୁଥିଲେ ବି ଓଡ଼ିଶାବାସୀ ଏ ବାବଦରେ କୌଣସି ଲାଭ ପାଇନାହାନ୍ତି। ଗତ ୫ବର୍ଷ ଭିତରେ କେନ୍ଦ୍ରରେ ବିଜେପି ଥାଇ ଓଡ଼ିଶାବାସୀଙ୍କ ବିକାଶରେ ବାଧକ ସାଜିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ କ୍ଷୀପ୍ର ଗତିରେ ଆଗେଇ ଚାଲିଛି େବାଲି ବିେଜଡି କହିଛି। ଏଥିସହିତ ବିଜେଡି ଗୃହ ନିର୍ମାଣ ଠାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ ସବୁ େକ୍ଷତ୍ରରେ ସଫଳତାର ଚିତ୍ର ରଖିଥିଲା।
ବିଜେଡି ଆହୁରି କହିଛି, ଓଡି଼ଶାବାସୀଙ୍କ ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହରହ ପରିଶ୍ରମ କରୁଛନ୍ତି। ବିଜେପିର ଏହି ପ୍ରତିଶ୍ରୁତି ସମାବେଶ ନିର୍ବାଚନ ପାଖେଇ ଆସୁଥିବାରୁ ଗୋଟିଏ ନୂଆ ଚାଲ୍। ଏଥିରେ ଓଡ଼ିଶାବାସୀ ପ୍ରଭାବିତ ନହୋଇ ଏହି ମିଥ୍ୟା ପ୍ରତିଶ୍ରୁତିଗୁଡ଼ିକର କଡ଼ା ଜବାବ ନିର୍ବାଚନରେ ଲୋକେ ଦେବା ଅପେକ୍ଷାରେ ରହିଛନ୍ତି ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସସ୍ମିତ ପାତ୍ର, ବିଜୟ ନାୟକ, ରାଣା ପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।