ବିଜେଡି-କଂଗ୍ରେସ ସନ୍ଧି : ବିେଜପି

ଲଗାତର ଚତୁର୍ଥ ଦିନ ଅଚଳ, ବାରମ୍ବାର ମୁଲତବୀ

ଭୁବନେଶ୍ବର: ଲଗାତର ଚତୁର୍ଥ ଦିନ ଧରି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ବିଜେପି ସଭ୍ୟମାନେ ଗୃହକୁ ହଲ୍‌ଚଲ୍ କରିଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତାଙ୍କ ସଲାସୁତୁରା ଯୋଗୁ ରାଜ୍ୟରେ ଗଣତନ୍ତ୍ର ଦୋହଲିଗଲାଣି ବୋଲି ଅଭିଯୋଗ କରିଥିଲେ। ଶାସକ ଦଳ ସଭ୍ୟ ବି କେନ୍ଦ୍ର ବିରୋଧରେ ନାରାବାଜି କରିଥିଲେ। ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ସବୁ େଧାଇ ଯାଇଥିଲା।

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ଚିତ୍କାର କରିଥିଲେ, କଂଗ୍ରେସର ଜଣେ ପୂର୍ବତନ ବିଧାୟକ ଅଭିଯୋଗ କରିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ ସୁସମ୍ପର୍କ ଅଛି। ବିଜେଡି ଓ କଂଗ୍ରେସ ଏଠି ହାତ ମିଳାଇ ଗଣତନ୍ତ୍ରକୁ ହତ୍ୟା କରିସାରିଲେଣି। ନାରାବାଜି କରିଥିଲେ। ଗଣତନ୍ତ୍ରକୁ ଖାଇଲା କିଏ…ବିଜେଡି-କଂଗ୍ରେସ ଆଉ କିଏ ? ସେମାନଙ୍କର ନାରାବାଜି ଭିତରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିଥିଲେ। ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଉତ୍ତର ପଢ଼ୁଥିଲେ େହଁ ଶୁଣାଯାଇ ନ ଥିଲା। ବିେଜଡି ସଭ୍ୟ ସଞ୍ଜୟ ଦାସବର୍ମା ଧାନର ଏମ୍‌ଏସ୍‌ପି ବୃଦ୍ଧି କରା ନ ଯିବା ପ୍ରସଙ୍ଗ ଉଠାଇବା ପରେ କେନ୍ଦ୍ର ସରକାର ହାଏ ହାଏ.. ସ୍ଲୋଗାନ୍‌ରେ ବିେଜଡି ସଭ୍ୟ ଗୃହ କମ୍ପାଇଲେ। ୧୦ଟା ୩୩ରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଲେ। ପରେ ବିଜେପି ବିଧାୟକମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଅଭିଯୋଗ କରିଥିଲେ, ଗୃହ ଭିତରେ ଅନେକ କାର୍ଯ୍ୟରେ ଶାସକ ଦଳ ଓ କଂଗ୍ରେସର ସଲାସୁତୁରା ଦେଖିବାକୁ ମିଳୁଛି। କଂଗ୍ରେସର ଜଣେ ପୂର୍ବତନ ବିଧାୟକ ହିଁ ବିରୋଧୀ ଦଳ ନେତା ଓ ମୁଖ୍ୟମନ୍ତ୍ରୀଙ୍କ ସୁସମ୍ପର୍କକୁ ସ୍ପଷ୍ଟ କରିଛନ୍ତି। ଗୃହରେ ଆମେ ଯେତେବେଳେ କିଛି କହିବାକୁ ବାହାରୁଛୁ, କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି କୁହାଇ ଦେଉ ନାହାନ୍ତି। ୨୦୧୪ ନିର୍ବାଚନ ପୂର୍ବରୁ ତତ୍‌କାଳୀନ ବିରୋଧୀ ଦଳ ନେତା ବିଜେଡିରେ ମିଶିଥିଲେ ଓ ତାଙ୍କୁ ରାଜ୍ୟସଭା ପଠାଯାଇଥିଲା। ସେତେବେଳେ ଓଡ଼ିଶାବାସୀ ଟ୍ରେଲର୍ ଦେଖିଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ପୂରା ଫିଲ୍ମ ନିଶ୍ଚିତ ଦେଖିବାକୁ ମିଳିବ। ୧୧ଟା ୩୦ରେ ଗୃହ ଆରମ୍ଭ ହେଲା ପରେ ବିରୋଧୀ ଦଳ ନେତାଙ୍କୁ କହିବା‌ ପାଇଁ ବାଚସ୍ପତି ସୁଯୋଗ ଦେଇଥିଲେ େହଁ, ସ୍ଥିତି ସ୍ବାଭାବିକ ନ େହବାରୁ ୧୧ଟା ୩୪ରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ୧୦ ମିନିଟ୍ ପାଇଁ ଓ ପରେ ଅଧ ଘଣ୍ଟା ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। େହଲେ ସର୍ବଦଳୀୟ ବୈଠକ ବିଫଳ େହବାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଗଲା। ଅପରାହ୍ଣରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବକ୍ତବ୍ୟ ରଖିଥିେଲ। କାର୍ଯ୍ୟ ପରାମର୍ଶଦାତା ବୈଠକ ପାଇଁ ଗୃହକୁ ୩ଟା ୧୫ ମିନିଟ୍‌ରୁ ୫ଟା ୪୫ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା।

ସମ୍ବନ୍ଧିତ ଖବର