ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି: ବିଜେପି

ଭୁବନେଶ୍ୱର: ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଆନ୍ଦୋଳନକୁ କୁମ୍ଭୀର କାନ୍ଦଣା ବୋଲି କହିଛି ବିଜେପି। ରାଜ୍ୟ ସରକାର ତେଲ ଉପରେ ବର୍ଷକୁ ୭ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ୱ ପାଉଛନ୍ତି। ସରକାର ଚାହିଁଲେ ସାମୟିକ ଭାବେ ଭ୍ୟାଟ୍ କମାଇ ପାରନ୍ତେ। କିନ୍ତୁ ତାହା ନ କରି ଲୋକଙ୍କୁ ବିଭ୍ରାନ୍ତ କରି ହୀନ ରାଜନୀତି କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର ତେଲ ଉପରେ ୨୬ ପ୍ରତିଶତ ଟିକସ ନେଉଛନ୍ତି। ନିକଟରେ ବିଭିନ୍ନ ରାଜ୍ୟ ତେଲ ଉପରେ ଭ୍ୟାଟ୍‌ କମ୍ କରିଥିଲେ ବି ରାଜ୍ୟ ସରକାର ଚୁପ୍ ରହି ମିଥ୍ୟା ଆନ୍ଦୋଳନ କରିବାରେ ଲାଗିଛନ୍ତି। ତେଲ ଦର ବ୍ୃଦ୍ଧିକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ଅଛନ୍ତି। କିନ୍ତୁ ବିଜେଡି ତେଲ ଉପରେ ଟିକସ କମ୍ ନ କରି ଆନ୍ଦୋଳନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଆନ୍ଦୋଳନ ତେଲ ଦରରୁ ସାଧାରଣ ଲୋକଙ୍କୁ ମୁକ୍ତି ଦେବା ପାଇଁ ନୁହେଁ, ବରଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଏହା ରାଜନୈତିକ ଆକ୍ରମଣ। ‌େତଣୁ ଶାସକ ବିଜେଡି ନିଜ ଦାୟିତ୍ବ ତୁଲାଇବାକୁ ଶ୍ରୀ ମହାପାତ୍ର ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର