୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ଚିଠା ବଜେଟ ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟର ବାର୍ଷିକ ବଜେଟର ପରିମାଣ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ହେବାର ସମ୍ଭାବନା ରହିଛି। ଅଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀପରିଷଦ ବୈଠକରେ ଚିଠା ବଜେଟ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।

ଆସନ୍ତା ୨୮ ତାରିଖ ଦିନ ବାର୍ଷିକ ବଜେଟ ବିଧାନସଭାରେ ଅର୍ଥମନ୍ତ୍ରୀ ନିଂରଜନ ପୂଜାରୀ ଆଗତ କରିବେ। ଏହା ଉପରେ ଅଲୋଚନା ହେବା ପରେ ବ୍ୟୟ ମଂଜୁରୀ ବିଲ୍‌ ବିଧାନସଭାର ଅନୁମୋଦନ ଲାଭ କରିବ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ଲାଗି ୫୬୯୨୧ କୋଟି ଟଙ୍କାର କାମ ଚଳା ବଜେଟ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଉପସ୍ଥାପିତ ହୋଇଥିଲା। ଏବେ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ।

କାଳିଆ ଯୋଜନା ଓ ମିସନ ଶକ୍ତି ଯୋଜନାରେ ବ୍ୟାୟ ଅଟକଳ ସର୍ବାଧିକ ହେବ ବୋଲ ଚିଠା ବଜେଟ୍‌ ପ୍ରସ୍ତାବରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର