ଜାଲ ଟିଡିଆର ପ୍ରସଙ୍ଗ : ବଣ୍ଟିଙ୍କ ମାମଲାରେ କେସ ଡାଏରି ଦାଖଲ ନିର୍ଦ୍ଦେଶ

କଟକ : ଜାଲ ଟର୍ମ ଡିପୋଜିଟ ରସିପ୍ଟ(ଟିଡିଆର) ପ୍ରସ୍ତୁତ କରି ସରକାରଙ୍କୁ କୋଟିକୋଟି ଟଙ୍କା ଚୁନ ଲାଗାଇ ଗିରଫ ହୋଇଥିବା ସ୍ପେଶାଲ କ୍ଲାସ ଠିକାଦାର ବଣ୍ଟି ଅଗ୍ରୱାଲାଙ୍କ ଜାମିନ ଆବେଦନର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କେସ୍‌ ଡାଏରି ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର