ଅପରେସନ୍ ପ୍ରତିଶୋଧ : ସିବିଆଇ ବନାମ ଓଡ଼ିଶା ପୁଲିସ୍

ସିବିଆଇ ସମନ ପାଇଲେ ଅତନୁ, ଅରୁଣ
ଯେକୌଣସି ମୁହୂର୍ତରେ ହାଜର ହେବେ
ଭୃଗୁ ଓ ଗୋଲକଙ୍କୁ ବି ମିଳିଲା ନୋଟିସ୍‌
ଧର୍ମେନ୍ଦ୍ରଙ୍କୁ ବିବାଦକୁ ଟାଣିଲେ ପ୍ରତାପ

ଭୁବନେଶ୍ବର : ବିଜେଡି ଓ ବିଜେପି ନେତାଙ୍କୁ ହୋଇଥିବା ସମନ କୁଆଡେ ଗଲା? ଗତକାଲି ଦିନତମାମ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ଘଣ୍ଟାଚକଟା ଚାଲିଥିଲା। ବିଜେଡିର ଦୁଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁ ଏ ନେଇ ମୁହଁ ଖୋଲିନଥିବା ବେଳେ ଦଳର ମୁଖପାତ୍ର ସସ୍ମିତ ପାତ୍ର ସମନ ମିଳିନଥିବା କହିଥିେଲ। ସେହିଭଳି ବିଜେପିର ଦୁଇ ନେତା ଗତକାଲି ସୂଚାଇଥିଲେ ଯେ ସେନଙ୍କୁ ସମନ ଜାରି ହୋଇନାହିଁ।

୨୪ ଘଣ୍ଟା ପରେ ସ୍ଥିତିରେ ବଡ଼ ପରିବର୍ତନ ଆସିଛି। ସିେସାର ଚିଟଫଣ୍ଡ ମାମଲାେର ଅଧିକ ତଥ୍ୟ ହାସଲ କରିବା ଲାଗି ବିେଜଡିର ଦୁଇ ବିଧାୟକ ଅତନୁ ଓ ଅରୁଣଙ୍କୁ ସିବିଆଇ ଜାରି କରିଥିବା ନୋଟିସ୍‌ େସମାେନ ପାଇଥିବା ଜଣାପଡିଛି। ସିଆରପିସି ଦଫା ୧୬୦ରେ ସିେସାର ମାମଲାର ତଦନ୍ତକାରୀ ଅଧିକାରୀ ସେମାନଙ୍କୁ ବ୍ୟକ୍ତିଗତ ଭାେବ ହାଜର ହେବା ଲାଗି ଏହି ନୋଟିସ ଜାରି କରିଛନ୍ତି।

ବିଳମ୍ବରେ ସେମାନଙ୍କୁ ଏହି ନୋଟିସ୍‌ ମିଳିଥିବାରୁ ଉଭୟ ଯଥାକ୍ରମେ ୨୮ ଓ ୩୦ ତାରିଖରେ ହାଜର େହାଇପାରିନଥିେଲ େବାଲି କୁହାଯାଉଛି। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଉଭୟ ଖୁବ୍‌ଶୀଘ୍ର ହାଜର େହବେ େବାଲି ସିବିଆଇକୁ ଜଣାଇ ସାରିଲେଣି। ଅର୍ଥାତ୍ ଆସନ୍ତାକାଲି ପରେ େଯ କୌଣସି ମୁହୂର୍ତରେ ଉଭୟ େନତା ସିବିଆଇ ନିକଟରେ ହାଜର େହବା ସମ୍ଭାବନା ସୃଷ୍ଟି େହାଇଛି। ଆଜି ସିବିଆଇ ଗଣମାଧ୍ୟମକୁ ଜଣାଇଥିଲା େଯ ଯଦି ଉଭୟ େନତା ହାଜର ନ ହୁଅନ୍ତି, ତେବେ ସେମାନଙ୍କୁ ଆଉଥରେ ସମନ ଜାରି କରାଯିବ।

ଅନ୍ୟପକ୍ଷରେ ଛତ୍ରପୁରର ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ପ୍ରଧାନ ମାମଲାରେ ମଧ୍ୟ ସମନ ପାଇଛନ୍ତି ଦୁଇ ବିେଜପି େନତା। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ବିଜେପି ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର ଓ ବ୍ରହ୍ମପୁର ପ୍ରଭାରୀ ଦାୟିତ୍ବରେ ଥିବା ଗୋଲକ ମହାପାତ୍ରଙ୍କ ନିକଟରେ ଛତ୍ରପୁର ପୁଲିସର ସମନ ପହଞ୍ଚିଛି। ଓଡିଶା ପୁଲିସର ସ୍ପେଶାଲ ମେସେଞ୍ଜର ଏହି େନାଟିସ େଦଇଥିେଲ। ପୂର୍ବରୁ ମିଳିଥିବା ସୂଚନା ଅନୁସାେର, ଶ୍ରୀ ମହାପାତ୍ର ୭ ତାରିଖରେ ଏବଂ ଶ୍ରୀ ବକ୍ସିପାତ୍ର ୯ ତାରିଖରେ ଛତ୍ରପୁର ପୁଲିସ ନିକଟରେ ହାଜର େହବେ।

ଏହି ପ୍ରସଙ୍ଗକୁ େନଇ କିନ୍ତୁ ବୟାନବାଜି ତଥା ଆେରାପ ପ୍ରତ୍ୟାେରାପ ପ୍ରକ୍ରିୟା ଜାରି ରହିଛି। ରାଜନୈତିକ ମହଲ ଉଭୟ ଘଟଣାରେ ଭିନ୍ନ ମତ ରଖୁଛନ୍ତି। ଏହି ମହଲର କହିବା କଥା େହଉଛି, ଉଭୟ ଚିଟଫଣ୍ଡ ଓ ଲକ୍ଷ୍ମୀଦତ୍ତ ମାମଲାରେ ତନାଘନା ଦ୍ବାରା ତଦନ୍ତକୁ େକତେ ସଫଳତା ମିଳିବ, ତାହା ଅଲଗା କଥା।

କିନ୍ତୁ ଏଥିରୁ ଆଉ କେହି ରାଜନୈତିକ ଫାଇଦା ପାଇବା ସମ୍ଭାବନା କ୍ଷୀଣ। କାରଣ, ୨୦୧୪ରୁ ଚିଟଫଣ୍ଡ ତନାଘନା ଆରମ୍ଭ େହାଇଥିଲା। ସିବିଆଇ କର୍ତୃପକ୍ଷ ବର୍ଷାଧିକ ଧରି କୌଣସି ପଦକ୍ଷେପ େନଲେ ନାହିଁ। ଏବେ ନିର୍ବାଚନ ପୂର୍ବରୁ ବିେଜଡିର ଦୁଇ ହେଭିେଵଟଙ୍କୁ େନାଟିସ ଦେଇ ପରୋକ୍ଷରେ ବିତର୍କ ବଳୟରେ ଥିବା ସିବିଆଇ ନିଜର ବିଶ୍ବସନୀୟତାକୁ ଆହୁରି ସନ୍ଦେହ ଭିତରକୁ େଠଲି େଦଇଛି। ସେହିପରି ବିେଜଡି େନତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣା ମଧ୍ୟ ୨୦୧୭ ମସିହାର। ଏହି ଘଟଣାରେ ପୂର୍ବରୁ ଛତ୍ରପୁର ପୁଲିସ େଗାଲକ ମହାପାତ୍ରଙ୍କୁ ଡାକି ମାରାଥନ େଜରା କରିଥିଲା। ହେଲେ ତା ପରେ କ’ଣ େହଲା େକଜାଣି, ମାମଲାରେ େଯମିତି େଡାରି ଲାଗିଗଲା। ଏବେ ସିବିଆଇ େନାଟିସର କିଛି ମୁହୂର୍ତ ମଧ୍ୟରେ ଛତ୍ରପୁର ପୁଲିସ ଦୁଇ ବିେଜପି େନତାଙ୍କୁ େନାଟିସ କରାଯିବା ଘଟଣା ସାନି ବିତର୍କ ସୃଷ୍ଟି କଲାଣି। ଖୋଦ ଶାସକ ଦଳର ଜଣେ େନତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାର ତଦନ୍ତ ଅବଧି ଯଦି ବର୍ଷାଧିକ ସମୟ ଲାଗି ରହେ, ତେବେ ପୁଲିସ ମାମଲାକୁ କେତେ ଗମ୍ଭୀରତା ସହ େନଉଛି, ତାହା ପ୍ରଶ୍ନଚିହ୍ନ ଛିଡା କରାଇବା ସ୍ବାଭାବିକ।

ତେବେ ଦୁଇ େନତାଙ୍କୁ େନାଟିସ କରାଯିବା ପ୍ରସଙ୍ଗରେ ଆଜି ବିେଜପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳ ପକ୍ଷରୁ ଉପସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ସେପଟେ ବିେଜଡି ଆଜି େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଠୋର ଭାଷାରେ ସମାଲୋଚନା କରିଛି। ମନ୍ତ୍ରୀ ପ୍ରତାପ ଜେନା ଏକ େପ୍ରସ୍‌ ବିଜ୍ଞପ୍ତିରେ କହିଛନ୍ତି, ଚିଟଫଣ୍ଡ ଘଟଣାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ନିତ୍ୟାନ୍ତ ହାସ୍ୟାସ୍ପଦ ଓ ନିଜର ବୌଦ୍ଧିକସ୍ତରରେ ଦେବାଳିଆ ପଣକୁ ପ୍ରତିପାଦିତ କରୁଛି। ରାଜ୍ୟ ପୁଲିସ ତା କାର୍ଯ୍ୟକୁ ସୂଚାରୁରୂପେ କରୁଥିବା ବେଳେ େକନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତ୍ତର ରଖିବା ଆବଶ୍ୟକ େଯ ଛତ୍ରପୁର ବିେଜଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାରୀଙ୍କ ପାଇଁ କିଏ ଉତ୍ତରାଖଣ୍ଡ େଗଷ୍ଟ ହାଉସରେ ରୁମ୍ ବୁକ୍ କରିଥିଲା? େକଉଁ ବ୍ୟକ୍ତି ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡର ପ୍ରଚ୍ଛଦ ପଟରେ ରହି ହତ୍ୟାକାରୀଙ୍କୁ େପ୍ରାତ୍ସାହନ ଓ ପୃଷ୍ଠପୋଷକତା େଯାଗାଇଥିଲା? େକଉଁ ବ୍ୟକ୍ତି ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାରୀଙ୍କୁ ଉତ୍ତରୀୟ ପିନ୍ଧାଇ ଗଞ୍ଜାମର ମିଶ୍ରଣ ପର୍ବରେ ବିେଜପିରେ ମିଶାଇଥିଲା? ଯଦି ସତସାହସ ଅଛି, େକନ୍ଦ୍ରମନ୍ତ୍ରୀ ପ୍ରଥମେ ଏହାର ଉତ୍ତର ରଖନ୍ତୁ ଓ ତା ପରେ ଚିଟଫଣ୍ଡ ନୀତି ଓ ନୈତିକତା ବିଷୟରେ ନିଜର ବକ୍ତବ୍ୟ ରଖନ୍ତୁ େବାଲି ଶ୍ରୀ େଜନା ଆଜି ପଚାରିଛନ୍ତି।

ଉେଲ୍ଲଖଯୋଗ୍ୟ, ଗତକାଲି ଅର୍ଥାତ୍ ବୁଧବାର ଯାଜପୁର ବରୀ ଓ ପୁରୀର େଗାପଠାରେ ଦଳୀୟ କାର୍ଯ୍ୟକ୍ରମରେ େଯାଗଦେଇ ଶ୍ରୀ ପ୍ରଧାନ ଚିଟଫଣ୍ଡ ଦଲାଲ ଓ ଦୁର୍ନୀତିଗ୍ରସ୍ତ େଲାକମାେନ ହିଁ ନବୀନ ସରକାରକୁ ଚଳାଉଛନ୍ତି େବାଲି ଆେକ୍ଷପ କରିଥିଲେ। ଆଜି ଧର୍ମେନ୍ଦ୍ର ନୂଆଦିଲ୍ଲୀରେ ପୁଣି ଥରେ କହିଛନ୍ତି,ରାଜ୍ୟ ପୁଲିସ ଯାହାକୁ ବି ଡାକିଲେ ବିଜେପିର କୌଣସି ଆପତ୍ତି ନାହିଁ । ଆଇନର ଉର୍ଦ୍ଧ୍ୱରେ କେହି ନୁହନ୍ତି। ବର୍ଷେ କି ଦୁଇ ବର୍ଷ ପରେ ମିଛ କେସ ଲଦି, ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନାଲିଆଖି ଦେଖାଇ ତାଙ୍କୁ ବାନ୍ଧିବାର ବିଜେଡି ଦୁଃସାହସ କରୁଥିବା ସେ କହିଛନ୍ତି । କିନ୍ତୁ ୨୦ ଲକ୍ଷ ଜମାକାରୀଙ୍କ ଟଙ୍କାକୁ ଯେଉଁମାନେ ଲୁଟ୍ କରିଛନ୍ତି, ଯେଉଁମାନେ ଏହି କୁକର୍ମରେ ସଂଶ୍ଳିଷ୍ଟ ଅଛନ୍ତି, ସିଏ ଯେତେବଡ ପ୍ରଭାବଶାଳୀ ଏମ୍‌ପି କିମ୍ବା ମନ୍ତ୍ରୀ ହୁଅନ୍ତୁ ସେମାନେ ଦଣ୍ଡ ପାଇବେ ।

ସମ୍ବନ୍ଧିତ ଖବର