ପ୍ରକାଶ ପାଇଲା ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଫଳ; ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ ଅାଗରେ

ନୂଆଦିଲ୍ଲୀ:  ଆଜି ଅପରାହ୍‌ଣରେ ପ୍ରକାଶ ପାଇବାକୁ ଥିବା ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ ହାର ୮୬.୭% ରହିଛି। ଏଥର ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ ଅାଗରେ ରହିଛନ୍ତି। ଛାତ୍ରୀଙ୍କ ପାସ ହାର ୮୮.୬୭୫% ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୮୫.୩୨% ରହିଛି।  ଛାତ୍ରଛାତ୍ରୀମାନେ  ସିବିଏସଇର ଅଫିସିଆଲ୍  ଓ୍ୱବସାଇଟ୍  www.cbse.nic.in  ମାଧ୍ୟମରେ ସେମାନଙ୍କ ପରୀକ୍ଷାଫଳ ଜାଣିପାରିବେ ବୋଲି ମାନବ ସମ୍ବଳ ମନ୍ତ୍ରଣାଳୟର  ସଚିବ ଅନୀଲ ସ୍ଵରୁପ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଏଥର ସମଗ୍ର ଦେଶରେ ମୋଟ ୧୬ ଳକ୍ଷ ୩୮ ହଜାର ୪୨୮ ଜଣ ଛାତ୍ରଛାତ୍ରୀ ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ  ଭୁବନେଶ୍ୱର ଜୋନ୍‌ରେ ମୋଟ୍‌ ୭୭ହଜାର ୭ଶହ ୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଭୁବନେଶ୍ୱର ଜୋନ ଅଧୀନରେ ପଶ୍ଚିମବଙ୍ଗ ଓ ଛତିଶଗଡ଼ ରାଜ୍ୟ ରହିଛି। ଓଡ଼ିଶାରୁ କେବଳ ୧୮ ହଜାରୁ ଊର୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ସମ୍ବନ୍ଧିତ ଖବର