ଆସନ୍ତାକାଲିଠାରୁ ୩୧ ଯାଏଁ ସିବିଏସ୍‌ଇ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ଆସନ୍ତାକାଲି (ଗୁରୁବାର)ଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷା ସ୍ଥଗିତ କରି ଦିଆଯାଇଛି। ଫଳରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆସନ୍ତା ୩୧ ତାରିଖ ଯାଏଁ ହୋଇପାରିବ ନାହିଁ। କରୋନା ସତର୍କତା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସିବିଏସଇ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତେବେ ମାର୍ଚ୍ଚ ୧୯ରୁ ୩୧ ମଧ୍ୟରେ ହେବାକୁ ଥିବା ପରୀକ୍ଷା ତାରିଖ ଆଗାମୀ ଦିନରେ ଘୋଷଣା ହେବାର ଅଛି।

ସିବିଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସୂଚନାକୁ ଛାତ୍ରମାନଙ୍କ ନିକଟରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚାଇବେ।

ସମ୍ବନ୍ଧିତ ଖବର