ଯୁକ୍ତ ୩ କଲେଜ ଶ୍ରେଣୀଗୃହରେ ଲାଗିବ ସିସିଟିଭି କ୍ୟାମେରା

ଭୁବନେଶ୍ୱର: ସମସ୍ତ ଯୁକ୍ତ ୩ କଲେଜରେ ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏଥି ପାଇଁ ସରକାର ଉଭୟ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଗତିବିଧି ଉପରେ ନଜର ରଖିବେ। ଯୁକ୍ତ ୩ କଲେଜର ଶ୍ରେଣୀଗୃହଗୁଡ଼ିକରେ ସିସିଟିଭି କ୍ୟାମେରା ଲାଗିବ। ପରୀକ୍ଷା ମୂଲ୍ୟାୟନ ସମୟରେ ମଧ୍ୟ ସିସିଟିଭି ଲାଗିବ। ଉଚ୍ଚ ଶିକ୍ଷା ବିଭାଗ ଏନେଇ ଚିଠି ଲେଖିଛି। ବିଭାଗୀୟ ଅତିରିକ୍ତ ସଚିବଙ୍କ ତରଫରୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଲେଖାଯାଇଥିବା ଚିଠିରେ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧିତ ଖବର