ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିରେ ସାମିଲ ହେଲେ ନବ ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଅମଲିପାଲିଠାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପାଇଁ ୬୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ନିକଟରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ନବ ଦାସ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କୁ ବିଜେଡ଼ି ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ।
ଆଜି ଝାରସୁଗୁଡ଼ା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା, ଲଖନପୁର ବ୍ଲକ୍‌ରେ ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୬ଟି ଉଠା ଜଳସେଚନ ପ୍ରକଳ୍ପ ଓ ୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଝାରସୁଗୁଡ଼ା ଓ କିରମିରା ବ୍ଳକ୍‌ର ୨ଟି ଗ୍ରିଡ୍‌ ସବ୍‌ଷ୍ଟେସନକୁ ଉଦ୍‌ଘାଟନ କରିଛନ୍ତି।


ସେହିପରି ୧୪୫ କୋଟି ଟଙ୍କା ବ୍ୟୟ ଅଟକଳରେ ଝାରସୁଗୁଡ଼ା କ୍ୟାନସର କେୟାର ହସ୍‌ପିଟାଲ, ୩୮୮ କୋଟି ଟଙ୍କା ବ୍ୟୟ ଅଟକଳର ଜଳସେଚନ ପ୍ରକଳ୍ପ, ୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ଚଉକିପଡ଼ା ରେଳ ଓଭରବ୍ରିଜ୍‌ର ଶିଳାନାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ୩୪୮୯ ଏସଏଚଜିଙ୍କୁ ଡିଜିଟାଲ ସଶକ୍ତିକରଣ ସହାୟତା ବାବଦରେ ୧ କୋଟି ଟଙ୍କା ପ୍ରଦାନ ସହିତ ୧୦୦୨ ଭୂମିହୀନ ପରିବାରକୁ ଭୂମିପଟ୍ଟା ଆବଣ୍ଟନ କରିଛନ୍ତି।

ସମ୍ବନ୍ଧିତ ଖବର