ରାଇରଙ୍ଗପୁର ମିସନ୍‌ ଶକ୍ତି କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ୪୫ କୋଟି ଟଙ୍କାର ୨୧ଟି ପ୍ରକଳ୍ପର ଉଦ୍‌ଘାଟନ

ରାଇରଙ୍ଗପୁର: ରବିବାର ପୂର୍ବାହ୍ନ ୧୧: ୩୦ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଇରଙ୍ଗପୁର ଠାରେ ମିସନ୍‌ ଶକ୍ତି କନ୍‌କ୍ଲେଭ୍‌ରେ ଯୋଗ ଦେଇ ୪୫ କୋଟି ଟଙ୍କା ମୂଲ୍ୟର ୨୧ଟି ଉନ୍ନୟନମୂଳକ ପ୍ରକଳ୍ପ ସବୁର ଉଦ୍‌ଘାଟନ କରିଛନ୍ତି।
ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମିସନ ଶକ୍ତି ଯୋଜନାରେ ୧୬ କୋଟି ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରିଥିଲେ।

ସେଠାରେ ସେ ଆହୁରି ୯୬୦. ୩୪ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଜନମଙ୍ଗଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ରାଇରଙ୍ଗପୁର ଲାଗି ଜଣେ ଏଡିଏମ୍‌ ରହିବେ। ୧୦୦ ଶଯ୍ୟା ବିଶିଷ୍ଟ ଏକ ସବ୍‌ଡିଭିଜ୍‌ନାଲ୍‌ ହସ୍‌ପିଟାଲ୍‌ ନିର୍ମାଣ ହେବ ଏବଂ କ୍ରୀଡ଼ାର ବିକାଶ ଲାଗି ଏକ ଷ୍ଟାଡିୟମ୍‌ ହେବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହା ପରେ ସେ କେନ୍ଦୁଝର ଠାରେ ଚାଷୀ ମହାସମାବେଶରେ ଯୋଗ ଦେଇ ୬୬ କୋଟି ଟଙ୍କାର ୧୭ଟି ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ। ସେଠାରେ ସେ ଆଉ ୨୧ କୋଟି ଟଙ୍କାର ୪୭ଟି ପ୍ରକଳ୍ପର ଶିଳାନ୍ୟାସ କରିବେ।

ଏହାଛଡ଼ା ଜିଲ୍ଲାରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ୧୦୫୦ କୋଟି ଟଙ୍କାର ଏକ ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି।

ସମ୍ବନ୍ଧିତ ଖବର