ଶ୍ରୀମନ୍ଦିର ‘ନୀଳଚକ୍ର’ର ଯାଞ୍ଚ ଶେଷ, ଆର୍ଥିଂରୁ ଭାଙ୍ଗିଛି ୮ଟି ଷ୍ଟିକ୍‌

ପୁରୀ: ଶ୍ରୀମନ୍ଦିର ‘ନୀଳଚକ୍ର’ର ସ୍ଥିତି ଗୁରୁବାର ଯାଞ୍ଚ ଶେଷ ହୋଇଛି। ୮ ଜଣିଆ କୋର କମିଟି ଟିମ୍‌ର ସଦସ୍ୟମାନେ ପୁରୀ ଗସ୍ତ କରି ଆର୍ଥିଂ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଏଏସ୍‌ଆଇ ବିଶେଷଜ୍ଞ ଦଳ ପକ୍ଷରୁ କୁହାଯାଇଛି ଯେ, ଆର୍ଥିଂ ପାଇଁ ଲାଗିଥିବା ୧୨ଟି ଷ୍ଟିକରୁ ୮ଟି ଭାଙ୍ଗି ଯାଇଛି। ଏହା ଖୁବ୍‌ଶୀଘ୍ର ଆର୍ଥିଂ ବ୍ୟବସ୍ଥାର ମରାମତି କରାଯିବ।

ସୂଚନାଯୋଗ୍ୟ ଟିମ୍‌ର ଅଧ୍ୟକ୍ଷ ଆନନ୍ଦତ୍ରାଣ ଗୁପ୍ତାଙ୍କ ନେତୃତ୍ୱରେ ସଦସ୍ୟ ପଦ୍ମଲୋଚନ ମହାପାତ୍ର, ଧର୍ମ ପ୍ରସାଦ ମିଶ୍ର, ଅଚଲ ମିତ୍ର ଓ ଚିତ୍ତ ଦାସ ୩ ଦିିନିଆ ପୁରୀ ଗସ୍ତରେ ଆସିଛନ୍ତି।

ଦୀର୍ଘ ୫ ବର୍ଷ ପରେ ପୁରୀ ଶ୍ରୀମନ୍ଦିର ଆସିଥିବା ଏହି ଟିମ୍‌ ସ୍ଥାନୀୟ ପାନ୍ଥନିବାସରେ ଏକ ବୈଠକର ଆୟୋଜନ କରିଥିଲେ। ବୈଠକ ପରେ ବୁଧବାର କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଯାଇ ସ୍ଥିତି ପରଖିଥିଲେ। କୋର କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ପରିସରରେ ଜଗମୋହନ, ଦେହରଣ ଦ୍ୱାର, ନାଟମଣ୍ଡପ ଆଦି ଅନୁଧ୍ୟାନ କରିଥିଲେ। ପୂର୍ବରୁ କୋର କମିଟି ‘ନୀଳଚକ୍ର’ର ଅନୁଧ୍ୟାନ ପାଇଁ ୨୦୧୩ରେ ପୁରୀ ଆସିଥିଲା।

ସମ୍ବନ୍ଧିତ ଖବର