ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦୁଷ୍କର୍ମ ଘଟଣା ନେଇ ସବିଶେଷ ତଥ୍ୟ ବିଧାନସଭାରେ ଉପସ୍ଥାପିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ମୁତାବକ ୨୦୧୭ ମସିହାରେ ଫଇସାଲା ହୋଇଥିବା ୧୦୯୯ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୧୮୬ଟି ମାମଲାରେ ଦୋଷୀମାନଙ୍କୁ ଦଣ୍ଡ ବିଧାନ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ୨୦୧୬ ବର୍ଷରୁ ୨୦୧୮ ଜୁନ୍ ୩୦ ତାରିଖ ଶେଷ ସୁଦ୍ଧା ରାଜ୍ୟରେ ଅଶ୍ଳୀଳ ଭିଡିଓ ଭାଇରାଲ ଅପରାଧ ତଥା ସାଇବର ଅପରାଧ ସଂଖ୍ୟାର ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୬ ବର୍ଷ ୩୧୭ଟି ସାଇବର ମାମଲାରେ ୯୯ ଜଣ ଗିରଫ, ୨୦୧୭ ବର୍ଷରେ ୮୨୪ଟି ସାଇବର ମାମଲାରେ ୧୯୫ ଜଣ ଗିରଫ ହୋଇଥିବା ବେଳେ ୨୦୧୮ ଜୁନ୍ ୩୦ ଶେଷ ସୁଦ୍ଧା ୩୯୧ଟି ମାମଲାରେ ୭୯ ଜଣ ଗିରଫ ହୋଇଛନ୍ତି ବୋଲି ରିପୋର୍ଟ କହୁଛି । ଏହାସହ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ବିଗତ ଦୁଇ ବର୍ଷରେ ୨୨୫ଟି ମାମଲା ରୁଜୁ ହୋଇଥିବାବେଳେ ୧୧୭ଜଣ ଗିରଫ ହୋଇଛନ୍ତି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥ୍ୟ ଉପସ୍ଥାପନ କରିଛନ୍ତି ।