କାଠଯୋଡ଼ି ବ୍ରିଜ୍ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଉଦ୍ଧାର

କଟକ: କଟକର କାଠଯୋଡ଼ି ବ୍ରିଜ୍ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ନିଆଳିର ଦେବବ୍ରତ ମହାପାତ୍ରଙ୍କ ମୃତଦେହ ୮ ଦିନ ପରେ ଆଜି ଉଦ୍ଧାର ହୋଇଛି । ଦେବବ୍ରତ ମହାପାତ୍ରଙ୍କ ମୃତଦେହ କଟକ ଜିଲ୍ଲାର ଗୋବିନ୍ଦପୁର ଥାନା ଦେବୀ ନଦୀର ରହମ୍ବା ନିକଟରୁ ଉଦ୍ଧାର କରାଯାଇଛି ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି ସୂଚନା ଦେଇଛନ୍ତି ।

ଗତ ୯ ତାରିଖ ଦିନ ସ୍ତ୍ରୀ ଓ ୬ବର୍ଷର ପୁଅକୁ ପୋଲ ଉପରେ ଠିଆ କରି ହଠାତ୍ ନଇ ଭିତରକୁ ଡେଇଁ ପଡ଼ିଥିଲେ ଦେବବ୍ରତ ।ସପ୍ତାହେ ଧରି ଚାଲିଥିବା ସର୍ଚ୍ଚ ଅପରେସନ ପରେ ଆଜି ଦେବବ୍ରତଙ୍କର ମୃତଦେହକୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ତେବେ ଓଡ୍ରାଫ, ଅଗ୍ନିଶମ ଟିମ୍ ଏବଂ ସ୍କୁବା ଡାଇଭର ପାଣି ଭିତରେ ବୁଡି ଖୋଜାଖୋଜି ଜାରି ରଖିଥିଲେ ସୁଦ୍ଧା ନିଖୋଜ ଦେବଦତଙ୍କ ପତା ମିଳିନଥିଲା । ୪ ଟି ୱାଟର ବୋଟରେ ୪୦ରୁ ଅଧିକ ଉଦ୍ଧାରକାରୀ ଆଉ ତାସହ ଅଭିଜ୍ଞ ସ୍ୱୁବା ଡାଇଭର ପାଣି ଭିତରେ ପଶି ଅନବରତ ପ୍ରୟାସ କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରିନଥିଲା ।

ଗତ ବୁଧବାର ସ୍ତ୍ରୀ ଓ ପୁଅକୁ ପୋଲ ଉପରେ ଛାଡି ସେମାନଙ୍କ ସାମନାରେ ନଦୀ ଭିତରକୁ ଡେଇଁପଡିଥିଲେ ଦେବବ୍ରତ । ଦେବବ୍ରତଙ୍କ ଘର ନିଆଳି ଅଞ୍ଚଳରେ । ସେ ପୁଅ ଓ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ କଟକ ଆସୁଥିଲେ । ପାରିବାରିକ କଳହଯୋଗୁଁ ସେ କାଠଯୋଡ଼ି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଥିବା ବେଳେ ଏଥିପାଇଁ ସ୍ତ୍ରୀ ଓ ଶ୍ୱଶୁର ଘର ଦାୟୀ ବୋଲି ଅଭିଯୋଗ କରିଥିଲେ ଦେବବ୍ରତଙ୍କ ପରିବାର ।

ସମ୍ବନ୍ଧିତ ଖବର