କୂଅରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

କଣ୍ଟାବାଞ୍ଜି : ନୂଆପଡାର କଣ୍ଟାବାଞ୍ଜି ଆଶ୍ରମପଡାରେ ଥିବା ରାଧାସ୍ୱାମୀ ଆଶ୍ରମ ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକର ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ହେଉଛନ୍ତି କଣ୍ଟାବାଞ୍ଜି ଆନନ୍ଦନଗରର କମଲ ବାଗ । କମଲ ଗତ ୧୦ ତାରିଖରୁ ନିଖୋଜ ଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳୁ କୁଅରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ ।

ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରି ବଲାଙ୍ଗୀର ସାଇଂଟିଫିକ ଟିମ ଆସି ମୃତଦେହକୁ କୂଅରୁ ବାହାର କରି ତଦନ୍ତ କରୁଛି । କମଳଙ୍କ ପରିବାର ଲୋକ ଏହାକୁ ପ୍ରେମ ଜନିତ କାରଣରୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଛନ୍ତି ।

ତେବେ ପୁଲିସ ଏବେ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି | ରିପୋର୍ଟ ଆସିବା ପରେ ହିଁ ଏହା ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର