ପ୍ରାର୍ଥିପତ୍ର ନେଲେ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବପ୍ରିୟ

କେନ୍ଦୁଝର : ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଗତକାଲି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାସତ୍ତ୍ବେ ଆଜି ତାଙ୍କ ପୁଅ ଦେବପ୍ରିୟ ପାତ୍ର ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନାମାଙ୍କନପତ୍ର ନେବା ଚର୍ଚ୍ଚାର ବିଷୟ ହୋଇଛି। କାଳେ ଶେଷ ମୁହୂର୍ତ୍ତରେ ବିଜୟ ମହାପାତ୍ରଙ୍କ ଟିକେଟ କାଟିବା ଭଳି ବିଜେଡି ବଦ୍ରିନାରାୟଣଙ୍କ ଟିକେଟ କାଟି ଦେଇପାରେ ଏପରି ଆଶଙ୍କାରେ ତାଙ୍କ ପୁଅ ଆଜି ନାମାଙ୍କନପତ୍ର ନେଇଛନ୍ତି। ରାଜନୈତିକ ମହଲରେ ଆଲୋଚନା ଅନୁସାରେ ବଦ୍ରିଙ୍କ ବିରୋଧୀ ଭାବେ ଜଣାଶୁଣା ସନାତନ ମହାକୁଡ଼ଙ୍କ ସମର୍ଥିତ ଚନ୍ଦ୍ରାଣୀ ମୁର୍ମୁଙ୍କୁ କେନ୍ଦୁଝର ଲୋକସଭା ଆସନ ପାଇଁ ବିଜେଡି ଟିକେଟ ଘୋଷଣା କରିଛି। ଖାଲି ସେତିକି ନୁହେଁ, ଭାଗୀରଥି ସେଠୀଙ୍କୁ ମଧ୍ୟ ବିଜେଡିରୁ ଟିକେଟ ଦେଇ ଆନନ୍ଦପୁର ବିଧାନସଭା ପାଇଁ ପ୍ରାର୍ଥୀ କରାଯାଇଛି। ଏଭଳି ରାଜନୈତିକ ପରିବର୍ତ୍ତନ ଘଟୁଥିବାରୁ ଶେଷ ମୁହୂର୍ତ୍ତରେ ବଦ୍ରି ପାତ୍ରଙ୍କ ଟିକେଟ ବିଜେଡି କାଟିଦେବା ଆଶଙ୍କା କରି ତାଙ୍କ ପୁଅ ଦେବପ୍ରିୟ ପାତ୍ର ନାମାଙ୍କନପତ୍ର ନେଇଥିବା ଚର୍ଚ୍ଚ ହେଉଛି।

ସମ୍ବନ୍ଧିତ ଖବର