ବନ୍ଦ ହେଲା ଡେଲାଙ୍ଗ ମହୋତ୍ସବ

ଡେଲାଙ୍ଗ : ଦୁଇ କମିଟି ମଧ୍ୟରେ ବିବାଦ ଯୋଗୁ ଡେଲାଙ୍ଗ ମହୋତ୍ସବକୁ ଆଜି ଜିଲ୍ଲା ପ୍ରଶାସନ ବନ୍ଦ କରିବାକୁ ବାଧ୍ୟ ହୋଇଛି। ଏହି ମହୋତ୍ସବ ୨୧, ୨୨ ଓ ୨୩ ତାରିଖ ତିନି ଦିନ ଧରି ଚାଲିବାକୁ ଥିଲା। ଆରକ୍ଷୀ ଅଧିକ୍ଷଙ୍କ ସୁପାରିସ ପରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ମହୋତ୍ସବକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିସହ ମହୋତ୍ସବ ସ୍ଥଳରେ ୧୪୪ ଧାରା ଜାରି କରାଯିବା ସହ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ସେଠାରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର