ଲଡ଼ୁଗାଁରେ ଡେଙ୍ଗୁ ରୋଗୀ ସଂଖ୍ୟା ୫୭ ଛୁଇଁଲା, ଲୋକେ ଆତଙ୍କିତ

ଲଡୁଗାଁ/କେସିଙ୍ଗା : କଳାହଣ୍ଡି ଜିଲ୍ଲା ଲଡୁଗାଁରେ ଡେଙ୍ଗୁ ନିୟନ୍ତ୍ରଣ ହୋଇପାରୁ ନାହିଁ। ଏଯାଏଁ ୨୭୦ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରଯାଇଥିବା ବେଳେ ୫୭ ଜଣଙ୍କଠାରେ ଡେଙ୍ଗୁ ପଜିଟିଭ୍‌ ଥିବା ଜଣାଯାଇଛି। ତେବେ ବେସରକାରୀ ହିସାବରେ ଏହା ୬୫ରୁ ଅଧିକ ହେବ ବୋଲି କୁହାଯାଉଛି। ଡେଙ୍ଗୁର ଅସଲି କାରଣକୁ ପ୍ରଶାସନ ଖୋଜିବାରେ ବିଫଳ ହୋଇଛି। ସେହିପରି ଡେଙ୍ଗୁ ରୋଗରେ ଆତଙ୍କିତ ହୋଇ ଲୋକେ ଏଠି ଚିକିତ୍ସିତ ନହୋଇ ବିଶାଖାପାଟଣାମକୁ ପଳାଉଛନ୍ତି। ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଲଡୁଗାଁରେ ପହଂଚିଥିଲେ ସୁଦ୍ଧା ଏଯାଏଁ ନିୟନ୍ତ୍ରଣ ହୋଇପାରୁ ନାହିଁ। ଲଡୁଗାଁ ନିକଟରେ ଥିବା ଆଇଲି ଓ ଉଲମାରେ ୨ ଜଣ ଲେଖାଏଁ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ୧୫ ଶଯ୍ୟା ବିଶିଷ୍ଟ ଡେଙ୍ଗୁ ଓ୍ଵାର୍ଡ ଥିବା ବେଳେ ଏଠାକୁ ଆସି ରୋଗୀ ହଇରାଣ ହରକତ ହେଉଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଧର୍ମଗଡ଼ ଏନଏସିରୁ ସଫେଇ କର୍ମଚାରୀ ଯାଇ ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ତୁରନ୍ତ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର