ଶ୍ରୀମନ୍ଦିରରେ ପଡ଼ି ଭକ୍ତ ଆହତ

ପୁରୀ : ଶ୍ରୀମନ୍ଦିରରେ ପଡ଼ି ଆଜି ଜଣେ ଭକ୍ତ ଆହତ ହୋଇଛନ୍ତି। ତାଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଭକ୍ତ ଜଣକ ହେଲେ ବରଗଡ଼ ଅମ୍ବାପଲ୍ଲୀର ଲକ୍ଷ୍ମଣ ବେହେରା (୪୫)। ଲକ୍ଷ୍ମଣ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ସିଂହଦ୍ୱାର ଦେଇ ଯିବା ସମୟରେ ବାଇଶି ପାହାଚରେ ଗୋଡ଼ ଖସିଯିବାରୁ ତଳେ ପଡ଼ି ଯାଇଥିଲେ। ତାଙ୍କ ବାମ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା।

ସମ୍ବନ୍ଧିତ ଖବର