ବାମୁଲ କେନ୍ଦ୍ର ସାମ୍ନାରେ କ୍ଷୀର ଢାଳି ତାଲା ପକାଇ ଧାରଣାରେ ବସିଛନ୍ତି ଦୁଗ୍ଧଚାଷୀ

ଭଦ୍ରକ: ଶନିବାର ପୂର୍ବାହ୍ନରେ ବାସୁଦେବପୁରସ୍ଥିତ ବାମୁଲ ଦୁଗ୍‌ଧ ଶୀତଳ ଭଣ୍ଡାର କେନ୍ଦ୍ରରେ ତାଲା ପକାଇ ଶତାଧିକ ଦୁଗ୍‌ଧଚାଷୀ ଧାରଣାରେ ବସିଛନ୍ତି।

ସମୟବାୟ ଦ୍ୱାରା ସମ୍ପୃକ୍ତ ଚାଷୀମାନେ ପଠାଉଥିବା ଦୁଗ୍ଧ ନିମ୍ନ ମାନର ବୋଲି ଅଭିଯୋଗ କରି ଆସୁଥିଲେ। ଶୁକ୍ରବାର ଦିନ କେନ୍ଦ୍ର କର୍ତ୍ତୃପକ୍ଷ ଗ୍ରହଣ କରିବାକୁ ମନା କରି ଦେବାରୁ ଗତ ରାତି ବାରଟା ବେଳେ ସେ ଦୁଗ୍ଧକୁ ସମୟବାୟ ଲୋକେ ବାମୁଲ କେନ୍ଦ୍ର ସମ୍ମୁଖ ରାସ୍ତାରେ ଢାଳିଥିଲେ।

ଆଜି ସକାଳୁ ଶତାଧିକ ଦୁଗ୍ଧ ଚାଷୀ ପହଞ୍ଚି ବାମୁଲ କେନ୍ଦ୍ରରେ ତାଲା ପକାଇ ଧାରଣା ଦେଇଛନ୍ତି।

ବାସୁଦେବପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ଦୃଷ୍ଟି ରଖିଛି।

ଆଜି ଦ୍ୱିତୀୟ ଶନିବାର ଛୁଟି ଦିବସ ହୋଇଥିବାରୁ କୌଣସି ସରକାରୀ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସି ପାରି ନାହାନ୍ତି।

ସମ୍ବନ୍ଧିତ ଖବର