୩୮ଜଣଙ୍କୁ ପଦୋନ୍ନତି

ଡିଆଇଙ୍କୁ ମେଡିକାଲ ଡିଭାଇସ୍ ଅଧିକାରୀ ଦାୟିତ୍ବ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ କାର୍ଯ୍ୟ କରୁଥିବା ଆସୋସିଏଟ୍‌ ପ୍ରଫେସର ଓ ସହକାରୀ ପ୍ରଫେସରଙ୍କୁ ପଦୋନ୍ନତି ଦିଆଯାଇଛି। ୧୩ ଆସୋସିଏଟ୍ ପ୍ରଫେସରଙ୍କୁ ପ୍ରଫେସର ଓ ୧୫ ସହକାରୀ ପ୍ରଫେସରଙ୍କୁ ଆସୋସିଏଟ୍ ପ୍ରଫେସର ରୢାଙ୍କକୁ ପଦୋନ୍ନତି ମିଳିଛି। ପ୍ରଫେସର ରୢାଙ୍କକୁ ପଦୋନ୍ନତି ପାଇଥିବା କ୍ଷେତ୍ରରେ ୨ଜଣ ଆନାଟୋମି, ଜଣେ ଏଫ୍ଏମ୍‌ଟି, ମେଡିସିନ୍, ୨ଜଣ ଲେଖାଏଁ ଅପ୍‌ଥାମୋଲୋଜି, ଫାର୍ମାକୋଲୋଜି, ଫିଜିଓଲୋଜି, ଶିଶୁରୋଗ ପ୍ରଫେସର ରହିଛନ୍ତି। ସେହିପରି ଆସିଷ୍ଟାଣ୍ଟ ପ୍ରଫେସରରୁ ଆସୋସିଏଟ ପ୍ରଫେସର ମଧ୍ୟରେ ୪ ମେଡିସିନ୍, ଜଣେ ଆନାଟୋମି, ୨ ଅପ୍‌ଥାମୋଲୋଜି, ୩ ସର୍ଜରି, ଜଣେ ଲେଖାଏଁ ଗ୍ୟାଷ୍ଟ୍ରୋ‌ଏଣ୍ଟ୍ରୋଲୋଜି, ପଲମୋନାରି ମେଡିସିନ୍, ଫାର୍ମାକୋଲୋଜି ଓ ଶିଶୁ ରୋଗକୁ ପଦୋନ୍ନତି ପାଇଛନ୍ତି।

ଡିଆଇଙ୍କୁ ମେଡିକାଲ ଡିଭାଇସ୍ ଅଧିକାରୀ ଦାୟିତ୍ବ

ଭୁବନେଶ୍ବର : ରାଜ୍ୟରେ କାର୍ଯ୍ୟରତ ଡ୍ରଗ୍‌ସ ଇନ୍‌ସପେକ୍ଟରକୁ ମେଡିକାଲ ଡିଭାଇସ୍ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି। ରାଜ୍ୟରେ ମେଡିକାଲ ଡିଭାଇସ ପ୍ରତିଷ୍ଠା ଦିଗରେ ଡିଆଇମାନେ ଏହାର ଯାଞ୍ଚ ଓ ପ୍ରତିଷ୍ଠା ଦିଗରେ ଭେଷଜ ନିୟନ୍ତ୍ରକଙ୍କୁ ପ୍ରସ୍ତାବ ଦେବେ। ଫଳରେ ରାଜ୍ୟରେ ନୂତନ ମେଡିକାଲ ଡିଭାଇସ୍ କମ୍ପାନି ପ୍ରତିଷ୍ଠା ଦିଗରେ ଏହା ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ଦେଶରେ ମୁଖ୍ୟତଃ ୪ ପ୍ରକାରର ମେଡିକାଲ ଡିଭାଇସ୍ କମ୍ପାନି ପ୍ରତିଷ୍ଠା ହୋଇଥାଏ। ଏଥିରୁ ଏ ଓ ବି ଜାତୀୟ କମ୍ପାନି ରାଜ୍ୟ ଭେଷଜ ନିୟନ୍ତ୍ରକଙ୍କ ଅଧୀନରେ ରହିଥିବା ବେଳେ ସି ଓ ଡି ଜାତୀୟ କମ୍ପାନି କେନ୍ଦ୍ରୀୟ ଭେଷଜ ନିୟନ୍ତ୍ରକଙ୍କ ଅଧୀନରେ ରହିଛି। ସମୁଦାୟ ୨୪୭ ପ୍ରକାରର ମେଡିକାଲ ଡିଭାଇସ୍ ମଧ୍ୟରୁ ‘ଏ’ରେ ୧୪୭ଟି ଓ ‘ବି’ରେ ୬ ପ୍ରକାର ଡିଭାଇସ୍ ରହିଛି। ଏ ଓ ବି ଜାତୀୟ ମେଡିକାଲ ଡିଭାଇସ୍ କ୍ଷେତ୍ରରେ କ୍ୟାଥେଟର, ସର୍ଜିକାଲ ଡ୍ରେସିଂ, ଗଜ କପଡ଼ା ଭଳି କମ୍ପାନି ରହିଛି। ଅପରପକ୍ଷରେ ରାଜ୍ୟରେ କିଛି ହାତଗଣତି ମେଡିକାଲ ଡିଭାଇସ୍ ଓ ଔଷଧ ପ୍ରସ୍ତୁତକାରୀ କମ୍ପାନି ରହିଛନ୍ତି। ପୂର୍ବରୁ ଅନେକ ମେଡିକାଲ ଡିଭାଇସ୍ ପ୍ରସ୍ତୁତକାରୀ କମ୍ପାନି ବିଭିନ୍ନ ସମସ୍ୟା ପାଇଁ ନିର୍ମାଣ ବନ୍ଦ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର