ଆନ୍ଦୋଳନରୁ ଓହରିଲା ଓଡ଼ିଶା ଗୃହରକ୍ଷୀ ସମାଜ କଲ୍ୟାଣ ସଂଘ

ଭୁବନେଶ୍ୱର : ଶେଷରେ ଗୃହରକ୍ଷୀଙ୍କୁ ମିଳିଛି ପ୍ରତିଶ୍ରୁତି। ୪ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ଓଡ଼ିଶା ଗୃହରକ୍ଷୀ କଲ୍ୟାଣ ସଂଘ ଆନ୍ଦୋଳନରୁ ଓହରି ଯାଇଛି। ଡିସିପି ଅନୁପ ସାହୁଙ୍କ ପରାମର୍ଶକ୍ରମେ ସଂଘର ଏକ ପ୍ରତିନିଧି ଦଳ ସରକାରଙ୍କ ସହ ଆଲେଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସଭାପତି ଶରତ ଚନ୍ଦ୍ର ମିଶ୍ର ଜଣାଇଛନ୍ତି। ନେହେରୁ ଯୁବ କେନ୍ଦ୍ରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ହୃଦାନନ୍ଦ ସାହୁ ଉପସ୍ଥିତ ଥିଲେ। ଦୈନିକ ଭତ୍ତା ୩ ଶହରୁ ୭ଶହକୁ ବୃଦ୍ଧି, ସର୍ବନିମ୍ନ ମାସିକ ଦରମା, ଅବସରକାଳୀନ ଭତ୍ତା ୫ ଲକ୍ଷ, ମାସରେ ୪ ଦିନ ଛୁଟି ପ୍ରଦାନ କରିବା ଦାବିରେ ୮ ତାରିଖରୁ ସଂଘର ୧୭ ହଜାର ୭୬୫ ଜଣ ସଦସ୍ୟ ତଥା ଗୃହରକ୍ଷୀ କାର୍ଯ୍ୟବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ଉପରେ ବିଚାର କରିବା ପାଇଁ ଡିସିପି ୪ ଦିନ ସମୟ ନେବା ସହ ସରକାରଙ୍କ ସହ ଆଲେଚାନା ପାଇଁ ସୂଚନା ଦେଇଥିଲେ। ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସହ ପ୍ରତିନିଧି ଦଳ ଆଲେଚାନା କରିବା ପରେ ଭତ୍ତାବୃଦ୍ଧି ଦାବିକୁ ସରକାର ମାନି ନେଇଥିବା ମନ୍ତ୍ରୀ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର