ବାଲେଶ୍ୱର/ବାରିପଦା: ଉତ୍ତର ଓଡ଼ିଶାରେ ଅନୁଭୂତ ହୋଇଛି ମୃଦୁ ଭୂମିକମ୍ପ। ବାଲେଶ୍ୱର, ବାରିପଦା ଓ ଭଦ୍ରକ ଜିଲ୍ଲାରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାଯାଇଛି। ସଂଧ୍ୟା ୬.୪୦ରୁ ୬.୪୨ ମିନିଟ ଭିତରେ ଏହି ଭୂକମ୍ପ ହୋଇଛି । ମାତ୍ର ୩୦ ସେକେଣ୍ଡ ଲାଗି ଭୂକମ୍ପ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି କି ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ପଶ୍ଚିମବଙ୍ଗର ହୁଗୁଲି ଓ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ଥିଲା। ଭୂଗର୍ଭର ୧୦ କିଲୋମିଟର ତଳେ ଭୂଚଳନ ଫଳରେ ଏହି ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ଏହି ସମୟରେ ବାହାରେ ଥିବା ଲୋକମାନେ ଭୂମିକମ୍ପକୁ ଅନୁଭବ କରିପାରି ନ ଥିବା ବେଳେ ଘର ଭିତରେ ଥିବା ଲୋକେ ଝଟକାକୁ ଅନୁଭବ କରିପାରିଥିଲେ। ଫଳରେ ସେମାନେ ଭୟଭୀତ ହୋଇ ଚିତ୍କାର କରି ବାହାରକୁ ଚାଲି ଆସିବା ଦେଖା ଯାଇଥିଲା। ଯେହେତୁ ଭୂକମ୍ପର ତୀବ୍ରତା ଅଧିକ ନ ଥିଲା ତେଣୁ ଏ ଯାବତ୍ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମ ବାରିପଦା ପ୍ରତିନିଧି ଜଣାଇଛନ୍ତି କି, ଗତକାଲି ରାତି ୧୦.୦୪ ଓ ୧୦.୧୦ରେ ବାରିପଦା ସହରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା।