ଚିଦମ୍ବରମ୍‌ଙ୍କୁ ଇଡି ଜେରା

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଅର୍ଥ ଠକେଇ ମାମଲାରେ ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କୁ ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରିଛି। ଦ୍ବିତୀୟ ଥର ପାଇଁ ଚିଦମ୍ବରମ୍‌ ଆଜି ଇଡି ନିକଟରେ ହାଜର ହୋଇଥିଲେ। ପୂର୍ବରୁ ଗତ ଡି‌ସେମ୍ବର ମାସରେ ମଧ୍ୟ ଚିଦମ୍ବରମ୍‌ଙ୍କୁ ଏୟାରସେଲ ମାକ୍ସିସ୍‌ ପିଏମ୍‌ଏଲ୍‌ଏ ମାମଲାରେ ଇଡି ଜେରା କରିଥିଲା। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ହାଇକୋର୍ଟ ଗତବର୍ଷ ନଭେମ୍ବରରେ ଚିଦମ୍ବରମ୍‌ଙ୍କ ଅନ୍ତରୀଣ ସୁରକ୍ଷାକୁ ଜାନୁଆରି ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ତେବେ ଚିଦମ୍ବରମ୍‌ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର