ବଡ଼କେରା ପଞ୍ଚାୟତର ନୂଆସାହି ପୁରୁଣାଗଡ଼ରେ ହାତୀ ଉପଦ୍ରବ

ବଡ଼କେରା : ବଡ଼କେରା ପଞ୍ଚାୟତର ନୂଆସାହି ପୁରୁଣାଗଡ଼ ଓ ଆଖପାଖ ଗ୍ରାମରେ ହାତୀ ଉପଦ୍ରବ ଦେଖାଦେଇଛି। ସନ୍ଧ୍ୟା ହେଲେ ହାତୀପଲ ଗ୍ରାମଗୁଡ଼ିକରେ ପଶି ପନିପରିବା ଓ ଧାନ ଫସଲ ନଷ୍ଟ କରୁଥିବା ଜଣାଯାଇଛି। ଗତକାଲି ସନ୍ଧ୍ୟାରେ ଚମ୍ପତ୍ତିମୁଣ୍ଡା ଗ୍ରାମ ପାଖ ଧାନ ଜମିରେ ହାତୀପଲ ପଶି ରଞ୍ଜନ ମହାଖୁଡ଼, ଟୁନା ମହାଖୁଡ଼, ସନ୍ତୋଷ ସାହୁ, ବସନ୍ତ ସାହୁ, ସୁରେଶ ସାହୁୁ, ହଗୁରୁ ସାହୁ ପ୍ରମୁଖଙ୍କ ଫସଲ ନଷ୍ଟ କରିଥିଲେ। ଗତ ୨୯ ତାରିଖରେ ନୂଆସାହି ଗ୍ରାମରେ ହାତୀପଲ ପଶି ବହୁ ଧାନ ଫସଲ ନଷ୍ଟ କରିଥିଲେ। ହାତୀ ଉପଦ୍ରବ ଯୋଗୁଁ ସନ୍ଧ୍ୟା ହେଲେ ଗ୍ରାମବାସୀ ରାସ୍ତାରେ ଯାତାୟାତ ପାଇଁ ଭୟ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର