ଜାଲ ଟିଡିଆର ମାମଲା : ବଣ୍ଟି ଅଗ୍ରୱାଲଙ୍କ ରିମାଣ୍ଡ ସରିଲା

ନବରଙ୍ଗପୁର : ଜାଲ ଟିଡିଆର ମାମଲାରେ ଗିରଫ ଠିକାଦାର ବଣ୍ଟି ଅଗ୍ରଓ୍ଵାଲଙ୍କ ୨ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଯାଇଛି। ଗତକାଲି କ୍ରାଇମବ୍ରାଞ୍ଚଳ ଅର୍ଥନୈତିକ ଅପରାଧ ଶାଖା ନୂଆପଡ଼ାରୁ ନେଇ ନବରଙ୍ଗପୁର ପହଞ୍ଚିଥିଲେ। ନବରଙ୍ଗପୁର ଏସଡିଜେଏମଙ୍କ କୋର୍ଟରେ ହାଜର କରି ୩ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ। ତେବେ କୋର୍ଟ ଗୋଟିଏ ଘଣ୍ଟା ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ସେହିପରି ନବରଙ୍ଗପୁର ପୁଲିସ ପକ୍ଷରୁ ମଧ୍ୟ ରିମାଣ୍ଡ ପାଇଁ ଆବେଦନ ହୋଇଥିବାରୁ  ଗୋଟିଏ ଘଣ୍ଟା ରିମାଣ୍ଡରେ ନେବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ଏହାପରେ ବଣ୍ଟିଙ୍କୁ ନବରଙ୍ଗପୁର ଜେଲକୁ ନିଆଯାଇଥିଲା। ଗତକାଲି ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ କ୍ରାଇମ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଡିଏସପି ମନୋଜ ସାମନ୍ତ ନବରଙ୍ଗପୁର ଉପକାରାଗାରକୁ ଯାଇ ଜେରା କରିଥିଲେ। ଆଜି ପୁଣି ନବରଙ୍ଗପୁର ଥାନା ଏସଆଇ ଉମେଶ କୁମାର ସାହୁ ସକାଳ ସାଢ଼େ ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଜେରା କରିଛନ୍ତି। ଏହାପରେ ବଣ୍ଟିଙ୍କୁ ପୁଣି କେଉଁଠିକୁ ନିଆଯିବ ଜଣାପଡି ନାହିଁ। ଆଜି ସେ ନବରଙ୍ଗପୁର ଉପକାରାଗାରରେ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର