ଗୃହରକ୍ଷୀଙ୍କୁ ହତ୍ୟା ଧମକ, ବିଧାୟିକାଙ୍କ ସ୍ବାମୀଙ୍କ ସମେତ ୪ ଜଣଙ୍କ ବିରୋଧରେ ଏତଲା
ବରୀ : ଜାତିଗତ ଆକ୍ଷେପ, ହତ୍ୟା ଧମକ ଅଭିଯୋଗ ଆଣି ଜଣେ କାର୍ଯ୍ୟରତ ଗୃହରକ୍ଷୀ ଯାଜପୁରର ବରୀ ବିଧାୟିକାଙ୍କ ସ୍ବାମୀ ଦେବେନ୍ଦ୍ର ଦାସଙ୍କ ସମେତ ୪ ଜଣଙ୍କ ବିରୋଧରେ ସ୍ଥାନୀୟ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅନ୍ୟ ତିନି ଜଣ ହେଲେ, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ, ବାଲିବିଲି ପଞ୍ଚାୟତର ସରପଞ୍ଚ ସନ୍ତୋଷ କୁମାର ସାମଲ ଓ ରଂପା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ସାହୁ ।
Sambad is now on WhatsApp
Join and get latest news updates delivered to you via WhatsApp
ଗୃହରକ୍ଷୀ ରଂଜନ କୁମାର ମଲ୍ଲିକଙ୍କ ଅଭିଯୋଗ ଅନୁସାରେ, ଗତ ୯ ତାରିଖ ଦିନ ସେ ଜଣେ ସାକ୍ଷୀଙ୍କୁ ନେଇ ଥାନାକୁ ଯାଉଥିଲେ। ଏହି ସମୟରେ ତାଙ୍କ ସ୍ବାମୀ ଶ୍ରୀ ଦାସ ଓ ଅନ୍ୟମାନେ ଯାଉଥିବାବେଳେ ଏକ କାର୍ରେ ଯାଉଥିବାବେଳେ ତାଙ୍କୁ ଦେଖି ଅଟକିଥିଲେ। ଶ୍ରୀ ଦାସ ଆଗରୁ ତ ଆମ ବ୍ୟାନର୍ ଛିଣ୍ଡାଉଥିଲୁ ଏବେ କାହିଁକି ଛିଣ୍ଡାଉନୁ ବୋଲି ପଚାରିଥିଲେ। ନିର୍ବାଚନ ସମୟରେ ଫ୍ଲାଇଂ ସ୍କ୍ବାଡ୍ ଗାଡ଼ିରେ ଡିୟୁଟିରେ ଥିବାରୁ ମାଜିଷ୍ଟ୍ରେଟଙ୍କ ନିର୍ଦେଶରେ କାମ କରୁଥିଲେ ବୋଲି ଶ୍ରୀ ମଲ୍ଲିକ କହିଥିଲେ। ଏହିସମୟରେ ଶ୍ରୀ ଦାସ ରାଗିଯିବା ସହିତ ଗାଡ଼ିରୁ ଓହ୍ଲାଇପଡ଼ି ଚପଲରେ ପିଟିବାକୁ ଧମକ ଦେଇଥିଲେ ବୋଲି ଗୃହରକ୍ଷୀ ଶ୍ରୀ ମଲ୍ଲିକ ଅଭିଯୋଗରେ ଦର୍ଶାଇଛନ୍ତି। ଆହୁରି ମଧ୍ୟ ଜାତିଆଣ ଆକ୍ଷେପ ଏବଂ ହତ୍ୟାଧମକ ଦେଇଥିବା ଏବଂ ତାଙ୍କ ସହିତ ଅନ୍ୟମାନେ ମଧ୍ୟ ଗାଳିଗୁଲଜ କରିଥିବା, ଅଭିଯୋଗପତ୍ର ଚିରି ଦେଇଥିବା ଉଲ୍ଲେଖ କରିଛନ୍ତି।
ଏ ସଂପର୍କରେ ବରୀ ଥାନା ଅଧିକାରୀ ମାର୍କଣ୍ତ ମିଶ୍ରଙ୍କୁ ପଚାରିବାରୁ ଗୃହରକ୍ଷୀ କରିଥିବା ଅଭିଯୋଗ ଉପରେ ତଦନ୍ତ ଚାଲିଛି। ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।