ଏଲପିଜି ଗ୍ୟାସରେ ନିଆଁ ଲାଗି ୨ ଗୁରୁତର

ସୋନପୁର: ଆଜି ସନ୍ଧ୍ୟାରେ ବନିକା ଥାନାର ସକ୍‌ମା ଗ୍ରାମରେ ରୋଷେଇ କରୁଥିବା ବେଳେ ଏଲପିଜି ଗ୍ୟାସରେ ନିଆଁ ଲାଗି ଶ୍ରୀମତି ବଦମାଳି (୪୫) ଗୁରୁତର ଆହତ ହୋଇଛନ୍ତି । ବଦମାଳି ବିଧବା ହୋଇଥିବା ବେଳେ ତାଙ୍କ ପୁଅ ତାମିଲନାଡୁରେ ରୁହନ୍ତି । ସୂଚନା ଅନୁସାରେ ବଦମାଳିଙ୍କ ଘରେ ନିଆଁ ଲାଗିବା ବେଳେ ତାଙ୍କ ପଡୋଶୀ ହେମନ୍ତ ନେଗୀ (୫୫) ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ସେହି ସମୟରେ ସେ ମଧ୍ୟ ନିଆଁରେ ପୋଡି ହୋଇଯାଇଥିଲେ । ଉଭୟଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ନିଆଁ ଲାଗିବା ପରେ ଘଟଣା ସ୍ଥଳରେ ବନିକା ଦମକଳ ଅଧିକାରି ଭକ୍ତ ଚରଣ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

ସମ୍ବନ୍ଧିତ ଖବର