ରାଜ୍ୟ କ୍ୟାବିନେଟ୍‌ରେ ୫ଟି ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ସେବା ନିୟମାବଳୀ ଗୃହୀତ ହୋଇଛି। ଏହି ପ୍ରସ୍ତାବ ଅନୁସାରେ ଅଟ୍ଟାଳିକାରେ ଅଗ୍ନିନିରୋଧ ନିୟମ କଡ଼ାକଡ଼ି କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁବାର ୫ଟି ପ୍ରସ୍ତାବକୁ ଗୃହୀତ କରାଯାଇଥିବା ସୂଚନା ମିଳିଛି। ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ବିକାଶ ପରିଷଦ ଗଠନ ହେବ। ପରିଷଦକୁ ୨୦ କୋଟି ଟଙ୍କାର ଅନୁଦାନ ଦେବେ ରାଜ୍ୟ ସରକାର। ସେହିଭଳି ଓଡ଼ିଶା ପରିବହନ ସେବା କ୍ୟାଡ଼ର ପୁନର୍ଗଠନ ହେବ। ଓଏଏସ୍‌ ଓ ଓଏଏସ୍‌ କ୍ୟାଡର ପୁନର୍ଗଠନ ହେବ।

ସମ୍ବନ୍ଧିତ ଖବର