ରାଜଧାନୀରେ ଚାଞ୍ଚଲ୍ୟ: ଯୁବତୀଙ୍କ ଅାପତ୍ତିଜନକ ଭିଡିଓ ଭାଇରାଲ କଲା ମନ୍ଦିରର ପୂଜକ

ଭୁବନେଶ୍ୱର: ରାଜଧାନୀରେ ମନ୍ଦିରର ଜଣେ ପୂଜକ  ଯୁବତୀଙ୍କ ଅାପତ୍ତିଜନକ ଭିଡିଓ ଭାଇରାଲ କରିଥିବା ଭୁବନେଶ୍ୱର ମହିଳା ଥାନାରେ ମଙ୍ଗଳବାର ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସଂପୃକ୍ତ ଯୁବତୀ ପୂଜକଙ୍କ ଘରୁ ଯିବା ଆସିବା କରୁଥିଲେ । ଆଉ ଏହାର ସୁଯୋଗ ନେଇ ପୂଜକ ଯୁବତୀଙ୍କୁ ଖାଦ୍ୟ/ପାନୀୟରେ ନିଶା ଦେଇ ତାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ଉଠାଇଥିଲେ। ତା’ପରେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ପୂଜକ। ଯୁବତୀ ତାଙ୍କ କଥାରେ ରାଜି ନହେବାରୁ ସେ ପରବର୍ତ୍ତୀ ସମୟରେ ଭିଡିଓ ଓ ଫଟୋ ଭାଇରାଲ କରି ଦେଇଛନ୍ତି। ଅଭିଯୁକ୍ତ ପୂଜକର ଘର ଭୁବନେଶ୍ୱର ଝାରପଡ଼ାରେ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପକ୍ଷରେ, କାକଟପୁର ବ୍ଲକର ସୁନାରୀବସ୍ତ ସ୍କୁଲରେ ୨ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ଘଟଣା ପରେ ପ୍ରଧାନଶିକ୍ଷକଙ୍କୁ ଗାଁ ଲୋକେ ଅଟକ ରଖିଛନ୍ତି । ଏ ନେଇ ସ୍କୁଲ ପରିସରରେ ଉତେଜନା ଜାରି ରହିଛି । ସ୍କୁଲରେ ତାଲା ପକାଇବା ସହ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି ।

ସମ୍ବନ୍ଧିତ ଖବର