ହାର୍ଡକୋର ମାଓ ମିଲିସିଆ ଗିରଫ

କୋରାପୁଟ : ଜଣେ ହାର୍ଡକୋର ମାଓ ମିଲିସିଆ ଅପନା ସେଡାଙ୍କୁ ଗିରଫ କରିଛି କୋରାପୁଟ ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ନନ୍ଦପୁର ଏରିଆ କମିଟି ପାଇଁ କାମ କରୁଥିଲେ। ତାଙ୍କ ଘର ପାଡୁଆ ଥାନା ବାଲିଆଗୁଡା ଗ୍ରାମରେ ବୋଲି ଜଣାପଡିଛି। ଏ ସଂପର୍କରେ କୋରାପୁଟ ଏସପି ଡ. କନୱର ବିଶାଳ ସିଂହ ସୂଚନା ଦେଇ କହିଛନ୍ତି ଯେ, ୨୦୧୭ରେ ହାତିବାରୀ ସରପଞ୍ଚଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ। ଏଥିନେଇ ପାଡୁଆ ଥାନା ପୁଲିସ ୬୮/୨୦୧୭ରେ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ କରୁଥିଲା। ଏହି ମାମଲାରେ ଆଜି ଅପନାଙ୍କୁ ଗିରଫ କରାଯାଇଛି।

ଅପରପକ୍ଷରେ ଆରକୁ ବିଧାୟକ ହତ୍ୟା ମାମଲାରେ ତାଙ୍କର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଏଥିନେଇ ପୁଲିସ ତନାଘନା ଚଳାଇଛି। ଏନ୍‌ଆଇଏ ମଧ୍ୟ ତାଙ୍କୁ ଜେରା କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର