ଅାଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ !

ଭୁବନେଶ୍ୱର: ମଙ୍ଗଳବାର ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ ପାର ହୋଇଯାଇଛି। ସେହିପରି ରାଜ୍ୟର ଅନ୍ୟ ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଡେଇଁଥିବା ଜଣାପଡ଼ିଛି। ଟାଇଁ ଟାଇଁ ଖରା ହେତୁ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡିଛି। ଖରା ସାଙ୍ଗକୁ ଗୁଳୁଗୁଳି ଓ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଗତ ଦୁଇ ଦିନ ଧରି ଲାଗି ରହିଥିବା ତାତିରେ କୌଣସି ପରିବର୍ତ୍ତନର ଆଭାସ ନାହିଁ ବରଂ ସ୍ଥିତି ବେଳକୁ ବେଳ ଗମ୍ଭୀର ରୂପ ଧାରଣ କରୁଛି। ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍‌େଓ୍ଵବ୍‌ ବା ଗ୍ରୀଷ୍ମପ୍ରବାହ ଜାରି ରହିବ।

ଗତକାଲି ଭୁବନେଶ୍ୱର ଓ ବାରିପଦାରେ ୪୨.୨ଡିଗ୍ରୀ ସେଲସିୟସ୍‌ ସର୍ବାଧିକ ତାପମାତ୍ରା ଥିବା ବେଳେ ସୁନ୍ଦରଗଡ଼ରେ ୨୧.୦ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। ସେହିପରି କଳାହାଣ୍ଡି ଓ ରାୟଗଡ଼ାରେ ବର୍ଷା ହୋଇଥିଲା।

ଉଲ୍ଲେଖଯୋଗ୍ୟ, ବାରିପଦା ଓ ଭୁବନେଶ୍ୱର ସମେତ ୧୫ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ପାର୍‌ ହୋଇଯାଇଥିଲା। ତାଳଚେରରେ ୪୧ ଡିଗ୍ରି ରହିଥିବାବେଳେ ଅନୁଗୁଳରେ ୪୧.୯, ଚାନ୍ଦବାଲିରେ ୪୧.୭, ଟିଟିଲାଗଡ଼ରେ ୪୧.୫, ବାଲେଶ୍ୱରରେ ୪୧.୨, ବଲାଙ୍ଗୀରରେ ୪୦.୮, କଟକରେ ୪୦.୬, ଢେଙ୍କାନାଳରେ ୪୦.୫, ସମ୍ବଲପୁର ଓ ସୋନପୁରରେ ୪୦.୨, ପାରାଦ୍ୱୀପ, ହୀରାକୁଦ ଓ ଝାରସୁଗୁଡ଼ାରେ ୪୦.୧ ଡିଗ୍ରି ରହିଥିଲା

ସମ୍ବନ୍ଧିତ ଖବର