ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୦.୪୩ ଫୁଟ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୦.୪୩ ଫୁଟରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୪୧୨୫ ଘନଫୁଟ ପାଣି ପ୍ରବେଶ, ୧୬,୮୮୭ ଘନଫୁଟ ପାଣି ନିଷ୍କାସିତ ହୋଇଛି। ବରଗଡ଼ କେନାଲକୁ ୩୬୭୮ କ୍ୟୁସେକ, ଶାସନ ୭୫୦ କ୍ୟୁସେକ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୧୧୧ କ୍ୟୁସେକ, ପାଓ୍ବାର ଚେନାଲକୁ ୧୧,୮୫୬ କ୍ୟୁସେକ ପାଣି ଛଡ଼ାଯାଇଛି। ବୁର୍ଲାରେ ୬୬.୯୫୮ମେଗାଓ୍ବାଟ, ଚିପିଲିମାରେ ୩୮.୭୯୧ମେଗାଓ୍ବାଟ ବିଜୁଳି ଉତ୍ପାଦନ ହେଉଛି। ଜଳଭଣ୍ଡାରର ଉପରମୁଣ୍ଡରେ ୫.୧୬ ମିମି ବର୍ଷା , ତଳମୁଣ୍ଡରେ ୧୮.୮୪ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର