କନକ ବ୍ୟୁରୋ : ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ର୍ନିବାଚନ ପାଇଁ ହେବ ଭୋଟଗ୍ରହଣ । ଅନେକ ହେଭିୱେଟ ନେତା ଦ୍ୱିତୀୟ ପର୍ଯ୍ୟାୟରେ ନିଜ ରାଜନୈତିକ ଭାଗ୍ୟ ପରୀକ୍ଷା କରିବେ । ବିଜେଡି ସୁପ୍ରିମୋଙ୍କ ସମେତ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କର ହେବ ଭାଗ୍ୟ ପରୀକ୍ଷା । ସେହିଭଳି ଅନେକ ଚର୍ଚ୍ଚିତ ଚେହେରା ମଧ୍ୟ ଦିଲ୍ଲୀ ଲଢେଇ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି । ଯେଉଁଥିରେ ଜୁଏଲ ଓରାମ, ପ୍ରମିଳା ବିଷୋୟୀ, ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ନାରାୟଣ ସିଂହଦେଓ ଓ ସଙ୍ଗୀତା ସିଂହଦେଓଙ୍କ ଭଳି ବଡ ନାଁ ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟ ନେତା ମୈଦାନକୁ ଓହ୍ଲାଉଥିବା ବେଳେ ଏହି ପର୍ଯ୍ୟାୟରେ କେତେ ଜଣ କୋଟିପତି ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ତାହାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଯେଉଁ ଏଡିଆର ରିପୋର୍ଟ ସାମ୍ନାକୁ ଆସିଛି ସେଥିରେ ୫ଟି ଲୋକସଭା ଆସନ ପାଇଁ ୩୫ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ୩୫ଜଣଙ୍କ ମଧ୍ୟରୁ ୧୧ଜଣ ପ୍ରାର୍ଥୀ କୋଟିପତି ରହିଛନ୍ତି । ୧୧ଜଣ କୋଟିପତି ପ୍ରାର୍ଥୀଙ୍କ ମଧ୍ୟରୁ ବଲାଙ୍ଗୀର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ସଙ୍ଗୀତା ସିଂହଦେଓଙ୍କର ସର୍ବାଧିକ ୩୭କୋଟିରୁ ଉର୍ଦ୍ଧ୍ୱ ସମ୍ପତି ରହିଛି । ସଙ୍ଗୀତାଙ୍କ ତଳକୁ ତାଙ୍କର ପ୍ରତିଦ୍ୱନ୍ଦୀ ତଥା ବଲାଙ୍ଗୀର ଲୋକସଭା ଆସନର ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନାଁ ରହିଛି ଯକଳିକେଶଙ୍କର ୨୦କୋଟିରୁ ଉର୍ଦ୍ଧ୍ୱ ସମ୍ପତି ରହିଛି । ସେହିଭଳି ତୃତୀୟ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ରହିଛି ଯ ପ୍ରସନ୍ନଙ୍କ ନାଁରେ ୯କୋଟିରୁ ଅଧିକ ସମ୍ପତି ରହିଛି ।
ସେହିଭଳି ୩୫ବିଧାନସଭା ଆସନ ପାଇଁ ୨୪୪ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ଯେଉଁ ମାନଙ୍କ ମଧ୍ୟରୁ ୭୦ ଜଣ ପ୍ରାର୍ଥୀ କୋଟିପତି ସମ୍ପତିର ମାଲିକ । ଯେଉଁଥିରେ ବିଜେଡିର 35 ପ୍ରାର୍ଥୀଙ୍କ ମଧ୍ୟରୁ ୨୧ଜଣ, ବିଜେପିର ୩୫ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣ, କଂଗ୍ରେସର ୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣ ଓ ଆପର ୭ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ କୋଟିପତି ପ୍ରାର୍ଥୀ ରହିଛନ୍ତି । ସେହିଭଳି ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ମଧ୍ୟରୁ ୧୫ ଜଣ କୋଟିପତି ସମ୍ପତିର ମାଲିକ ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ର୍ନିବାଚନରେ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ନବୀନ ସବୁଠୁ ଅଧିକ ଧନୀ ପ୍ରାର୍ଥୀ ରହିଛନ୍ତି । ନବୀନଙ୍କ ମୋଟ ସମ୍ପତିର ମୂଲ୍ୟ ୬୩ କୋଟିରୁ ଅଧିକ ରହିଛି । ସେହିଭଳି ବିଜେପିର ପାଟଣାଗଡା ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମ୍ପତି ୩୭ କୋଟି ୯୫ ଲକ୍ଷ ୯୦ ହଜାର ୮୫୧ ଟଙ୍କା ରହିଛି । କନକ ବର୍ଦ୍ଧନଙ୍କ ତଳକୁ ଝାରସୁଗୁଡାର ବିଜେଡି ବିଧାୟକ ପ୍ରାର୍ଥୀ ନବ ଦାସଙ୍କର ୩୩,୬୨,୭୩,୭୦୭ ସମ୍ପତି ରହିଛି ।