ଆଇଏଏସ ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସେଠୀ ହେଲେ ବାଣିଜ୍ୟ କର ଓ ଜିଏସ୍‌ଟି କମିସନର

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ସ୍ତରରେ ଶନିବାର ଛୋଟ ଧରଣର ଅଦଳବଦଳ ହୋଇଛି। ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟ କର ଓ ଜିଏସ୍‌ଟି ବିଭାଗର କମିସନର ଦାୟିତ୍ୱ ମିଳିଛି। ତାଙ୍କ ହାତରେ ଏସ୍‌ଆରସି ଓ ଓଏସ୍‌ଡିଏମ୍‌ଏ ଦାୟିତ୍ୱ ମଧ୍ୟ ରହିବ। ସେହିପରି ଶାଶ୍ୱତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର କମିସନର ତଥା ସଚିବ ଦାୟିତ୍ୱ ମିଳିଛି। କ୍ରିଷନ୍‌ କୁମାରଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ବଲଓ୍ଵନ୍ତ ସିଂଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର