ରତ୍ନଭଣ୍ଡାରର ସ୍ଥିତି ପରଖିବାକୁ ଦେଉଳ ଭିତରେ ଯାଞ୍ଚ କମିଟି ପ୍ରତିନିଧି

ପୁରୀ: ଶ୍ରୀମନ୍ଦିରର ରତ୍ନମନ୍ଦିରର ସ୍ଥିତି ପରଖିବା ପାଇଁ ଆଜି ଅପରାହ୍ଣ ୨ଟା ସମୟରେ ଏକ ୧୭ ଜଣିଆ ପ୍ରତନିଧିମଣ୍ଡଳି ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ। ଏଥିପାଇଁ ମନ୍ଦିର ପରିଚାଳନା କମିଟି ଓ ଶ୍ରୀମନ୍ଦିର ପ୍ରାଶସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ରତ୍ନଭଣ୍ଡର ଭିତରକୁ ଏଏସଆଇର ତପନକୁମାର ଭଟ୍ଟାଚାର୍ଯ୍ୟ, ଚିତ୍ତରଞ୍ଜନ ଦାଶ, ଏଚଏ ନାୟକ, କୋର କମିଟି ସଦସ୍ୟ ଜିସି ମିତ୍ର, ଏନସି ପାଲ, ଗଜପତିଙ୍କ ପ୍ରତିନିଧି ଅମୀୟ ମହାନ୍ତି, ଭଣ୍ଡାର ମେକାପ ଗଣେଶ ମେକାପ, ଛତିଶାନିଯୋଗ ରୁ ଜନାର୍ଦ୍ଦନ ପାଟଯୋଶଷୀ ମହାପାତ୍ର, ମୁଖ୍ୟ ପ୍ରଶାସନ ପ୍ରଦୀପ କୁମାର ଜେନା, , ହାଇକୋର୍ଟଭ୍କ ପ୍ରତିନିଧି ଏକକେ ମହାନ୍ତି, ଜିଲ୍ଲାପାଳ ଅରବିନ୍ଦ ମହାପାତ୍ର, ଏସପି ଡା. ସାର୍ଥକ ଷଡଙ୍ଗୀ, ରତ୍ନଭଣ୍ଡାର ସବ୍‌ କମମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, , ଅନନ୍ତ ତିଆଡି, ନୀତି ପ୍ରଶାସକ ପ୍ରଦୀପ ଦାଶ, ଦେଉଳ କରଣ ଚନ୍ଦ୍ରଶେଖର ମଙ୍ଗରାଜ ଓ ତଡଉକରଣ ହିମାଂଶୁ ପଟ୍ଟନାୟକ ଙ୍କୁ ନେଇ ଗଠିତ ଯାଞ୍ଚକମିଟି ରତ୍ନଭଣ୍ଡାରକୁ ଯାଇ ସ୍ଥିତି ପରିଖିବେ।

ଏହି ପ୍ରତିନିଧିମଣ୍ଡଳି ଭଣ୍ଡାର ଭିତରକୁ ଯିବା ପରେ ଏଲଇଡି ସର୍ଚ୍ଚ ଲାଇଟ ଜରିଆରେ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବେ। ପ୍ରତିନିିଧି ମଣ୍ଡଳୀ ରତ୍ନଭଣ୍ଡାରକୁ ପ୍ରବେଶ ସମୟରେ ଓ ରତ୍ନଭଣ୍ଡାରରୁ ବାହାରିବା ସମୟରେ ସେମାନଙ୍କର ଯାଞ୍ଚ କରାଯିବ। ଯେ କୌଣସିି ଅଘଟଣକୁ ଏଡାଇବା ପାଇଁ ମନ୍ଦିର ପରିସରରେ ସ୍ନେକ୍‌ ହେଲ୍ପଲାଇନ୍‌ର ସଦସ୍ୟ, ଅଗ୍ନିଶମ ବିଭାଗ, ବମ୍‌ ସ୍କ୍ଵାଡଙ୍କୁ ସଜାଗ ରଖାଯାଇଛିି।

ସମ୍ବନ୍ଧିତ ଖବର