ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ସମଗ୍ର ଜିଲ୍ଳା ବର୍ତମାନ ଶୀତରେ ଥରୁଛି। ଜିଲ୍ଲା ସଦର ମହକୁମା ଫୁଲବାଣୀରେ ପାରଦ ଆଜି ୭ ଡିଗ୍ରୀକୁ ଖସିଥିବା ବେଳେ ଓଡ଼ିଶାର କଶ୍ମୀର ବୋଲାଉଥିବା ଦାରିଙ୍ଗବାଡ଼ିରେ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଅପରାହ୍ନ ୪ଟାରୁ ଶୀତ ପ୍ରକୋପ ଜୋର୍ ହେଉଛି। ରାତିସାରା ଶୀତ ସାଙ୍ଗକୁ ଘନ କୁହୁଡି ଆଚ୍ଛାଦିତ ହୋଇ ରହୁଥିବା ଦେଖିବାକୁ ମିଳିଛି। ସକାଳୁ ସକାଳୁ ଅଞ୍ଚଳବାସୀ ନିଆଁ ପୁଉଁଛନ୍ତି। ତେବେ ଘନ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଶୀତର ମଜା ନେବାକୁ ଦେଶବିଦେଶରୁ କନ୍ଧମାଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।