ଇତିସ୍‌ ଏନ୍‌ଏସ୍‌ୟୁଆଇର ଓଡ଼ିଶା ଶାଖା ସଂଯୋଜକ

ଭୁବନେଶ୍ୱର : ପ୍ରଦେଶ ଛାତ୍ର କଂଗ୍ରେସର ପୂର୍ବତନ ଛାତ୍ର ସଭାପତି ଇତିସ୍‌ କୁମାର ପ୍ରଧାନଙ୍କୁ ନ୍ୟାସନାଲ୍‌ ଷ୍ଟୁଡେଣ୍ଟ ୟୁନିଅନ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ୟୁଆଇ)ର ଓଡ଼ିଶା ଶାଖା ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସହିତ ୧୧ଜଣିଆ ଓଡ଼ିଶା ଶାଖା ଘୋଷଣା ହୋଇଛି।

ଏନ୍‌ଏସ୍‌ୟୁଆଇ ଜାତୀୟ ସଭାପତି ଫିରୋଜ୍‌ ଖାନ୍‌ଙ୍କ ଅନୁମୋଦନ ପାଇବା ପରେ ଓଡ଼ିଶା ଶାଖା ସଂଯୋଜକ କମିଟି ଘୋଷଣା କରାଯାଇଛି। ଏହି କମିଟିର ସଦସ୍ୟ ଭାବେ ସୟଦ୍‌ ୟାସିର ନଓ୍ଵାଜ୍‌, ସୁନୀଲ କୁମାର ମାଟିଆ, ଆଦିତ୍ୟ ପ୍ରୀତମ ଦାସ, ସୌମ୍ୟପ୍ରକାଶ ଦାସ, ମହମ୍ମଦ ଅବଦୁଲ୍‌ ମୋହସିନ୍‌, ଅଶୋକ କୁମାର ନାୟକ, ନିରଞ୍ଜନ ଦାସ, ପ୍ରସନ୍ନ ମାର୍ଥା, ଅଭିଳାଷ ଜେନା ଓ ସୁନୀଲ ପ୍ରଧାନଙ୍କୁ ନିଆଯାଇଛି।

ସମ୍ବନ୍ଧିତ ଖବର