କଟକ : ରାଜ୍ୟରେ ଥିବା ବିଭିନ୍ନ ଜେଲ୍ରେ ଅବ୍ୟବସ୍ଥା ଅଭିଯୋଗ ନେଇ ଦାୟର ମାମଲାର ଶୁଣାଣି ହୋଇକୋର୍ଟରେ ହୋଇଛି। ପୂର୍ବରୁ ଏହି ମାମଲାରେ କଟକ ସହିତ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ ପ୍ରସ୍ତାବ ଦାଖଲ କରିଥିଲେ। ଏପରି ପ୍ରାସ୍ତାବ ଉପରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବା ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୪ ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଜୟ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ରାଜ୍ୟରେ ଥିବା ଜେଲ ଗୁଡିକରେ କଏଦୀଙ୍କୁ ଉପଯୁକ୍ତ ସୁବିଧା ମିଳୁ ନାହିଁ। ଜେଲରେ କଏଦୀଙ୍କ ପାଇଁ ସ୍ଥାନାଭାବ ଦେଖାଯାଇଛି। ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ସଂଖ୍ୟକ କଏଦୀ ଜେଲରେ ରହୁଛନ୍ତି। ଜେଲ୍ରେ ଭିତ୍ତିଭୂମିର ଅଭାବ ରହିଥିବାବେଳେ ଅସ୍ବାସ୍ଥ୍ୟକର ପରିବେଶ ପାଇଁ ଅନେକ କଏଦୀ ରୋଗାକ୍ରାନ୍ତ ହେଉଥିବା ଆବେଦନରେ ଦର୍ଶାଯାଇଛି। ବିଭିନ୍ନ ସେଲ୍ରେ କଏଦୀଙ୍କ ରହିବା ସ୍ଥାନ, ଶୌଚାଳୟ ଓ ଖାଦ୍ୟରନ୍ଧା ଯାଉଥିବା ସ୍ଥାନରେ ଅସ୍ବାସ୍ଥ୍ୟକର ପରିବେଶ ରହିଛି। ସୁରକ୍ଷା ବ୍ୟବସ୍ଥା ଢିଲା ରହୁଥିବାରୁ ଜେଲ ଭିତରକୁ ମାଦକଦ୍ରବ୍ୟ ଠାରୁ ମୋବାଇଲ ଅବାଧରେ ନିଆଯାଉଛି। ଜେଲରେ ନିୟମ ଅନୁସାରେ ସବୁ ବ୍ୟବସ୍ଥା ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।