ଚିଲିକା ମୁହାଣରେ ଶହ ଶହ ଜେଲି ଫିସ୍‌

ବ୍ରହ୍ମଗିରି : ଚିଲିକା ମୁହାଣରେ ଆଜି ଶହ ଶହ ସଂଖ୍ୟାରେ ଜେଲି ଫିସ୍‌ ପଡ଼ିଥିବା ଦେଖିବାକୁ ମିଳିଛି। ପୁରୀ ସମୁଦ୍ର ଉପକୂଳରେ କିଛି ଦିନ ପୂର୍ବେ ଜେଲି ଫିସ୍‌ ଦେଖିବାକୁ ମିଳିଥିଲେ। ଆଜି ହଠାତ୍‌ ସକାଳୁ ଅଳ୍ପ ସଂଖ୍ୟାରେ ଜେଲି ଫିସ ଚିଲିକାର ନଙ୍ଗାନାଶି ମୁହାଣ ନିକଟ ସମୁଦ୍ର କୂଳରେ ପଡିଥିବା କିଛି ମତ୍ସ୍ୟଜୀବୀ ଦେଖିବାକୁ ପାଇଥିଲେ। ଦିନ ବଢିବା ମାତ୍ରେ ଏହାର ସଂଖ୍ୟା ବଢ଼ି ଥିଲା। ନଙ୍ଗାନାଶି ମୁହାଣ ସହିତ ବିଲୁଆମାରି ମୁହାଣ ନିକଟରେ ମଧ୍ୟ ଆଜି ଦ୍ୱିପ୍ରହର ବେଳକୁ ଶହ ଶହ ସଂଖ୍ୟାରେ ଏହି ଜେଲିଫିସ୍‌ ପଡିଥିବା ଦେଖିବାକୁ ମିଳିଥିଲା। କୌତୁହଳ ବଶତଃ କିଛି ପର୍ଯ୍ୟଟକ ଏହି ଜେଲିଫିସଗୁଡ଼ିକୁ ହାତରେ ଧରିଥିଲେ। କିନ୍ତୁ ଏହାପରେ ସେମାନଙ୍କ ହାତ ଓ ଶରୀରର ପ୍ରବଳ କୁଣ୍ଡାଇ ହୋଇଥିବାରୁ ଅଡ଼ୁଆରେ ପଡ଼ିଥିଲେ। ସମୁଦ୍ର ଉପକୂଳରେ ଜେଲିଫିସ ପଡିଥିବା ବେଳେ କିଛି ସମୟ ପର୍ଯ୍ୟଟକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟିି କରିଥିଲା। ପରେ ସମୁଦ୍ର ଢେଉରେ ଜେଲିଫିସ୍‌ ପୁଣି ଥରେ ସମୁଦ୍ର ଭିତରକୁ କିଛି ଭାସି ଯାଇଥିଲା। ତଥାପି କିଛି ଜେଲି ଫିସ୍‌ ଉପକୂଳରେ ପଡି ରହିଛି।

ସମ୍ବନ୍ଧିତ ଖବର