ଭିମସାରରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ ଆରମ୍ଭ

ସମ୍ବଲପୁର : ଭିମସାର୍‌ ନିର୍ଦ୍ଦେଶକ ପଦରୁ ଡା. ଅଶ୍ବିନୀ ପୂଜାହାରୀଙ୍କୁ ହଟାଇବା ଦାବିରେ କନିଷ୍ଠ ଡାକ୍ତର ସଂଘ ଦେଇଥିବା ମହଲତ ଶେଷ ହେବା ପରେ ଶୁକ୍ରବାର ସକାଳୁ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଜରୁରୀକାଳିନ ସେବା ଜାରି ରଖି ଜେଡିଏ କେବଳ ଓପିଡି ଓ ଆପିଡି ସେବା ବନ୍ଦ କରିଥିବା କହିଛି। ତେବେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ନିର୍ଦେଶକଙ୍କୁ ତାଙ୍କ ପଦରୁ ଅପସାରଣ କରା ନଗଲେ ସେମାବାରଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିବେ ବୋଲି କନିଷ୍ଠ ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ତେବେ କନିଷ୍ଠ ଡାକ୍ତରମାନଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ଭିମସାର୍‌ ନିର୍ଦେଶକ ପ୍ର. ଅଶ୍ବିନୀ ପୂଜାହାରୀ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କନିଷ୍ଠ ଡାକ୍ତର ସଂଘ ତାଙ୍କ ବିରୋଧରେ ଯେଉଁ ୧୦ ଦଫା ଅଭିଯୋଗ ଆଣିଛନ୍ତି, ତାହାର ନିରପେକ୍ଷ ତଦନ୍ତ କରାଇବାକୁ ସେ ରାଜ୍ୟପାଳ ପ୍ର. ଗଣେଶୀ ଲାଲଙ୍କୁ ପତ୍ର ଲେଖିଛନ୍ତି। ଅଭିିଯୋଗର ତଦନ୍ତ ନିର୍ଦ୍ଦେଶ ଦେବାକୁ ଓ ସେ ‌େଦାଷୀ ପ୍ରମାଣିତ ‌େ‌ହଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡା. ପୂଜାହାରୀ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। ଯଦି ଅଭିଯୋଗ ପ୍ରମାଣିତ ହୁଏ ବା ସେ‌ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହେଲେ ଯେକୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲେ ସେ ତାକୁ ଗ୍ରହଣ କରିବେ ବୋଲି ପ୍ର. ପୂଜାହାରୀ କହିଛନ୍ତି। ଛାତ୍ରଙ୍କ ଆନ୍ଦୋଳନ ସଂପର୍କରେ ସେ କହିଛନ୍ତି ଯେ ଶନିବାର ବର୍ହିବିଭାଗ କିଛିଟା ପ୍ରଭାବିତ ହୋଇଛି। କିନ୍ତୁ ଅନ୍ତର୍ବିଭାଗରେ କୌଣସି ପ୍ରଭାବ ପଡ଼ି ନାହିଁ। ଜରୁରୀ ସେବା ଯେମିତି ଚାଲିବା କଥା ଚାଲିଛି।

ସମ୍ବନ୍ଧିତ ଖବର