ଭଞ୍ଜ ମଣ୍ଡପରେ ଭଞ୍ଜ ଜୟନ୍ତୀ, ଆଜି ଉଦ୍‌ଯାପନ

କଟକ : ଉତ୍କଳ ଛାତ୍ର ସାହିତ୍ୟ ସମାଜ ଓ କଳିଙ୍ଗ ଭାରତୀ ପକ୍ଷରୁ ମିଶନରୋଡସ୍ଥିତ ଭଞ୍ଜମଣ୍ଡପରେ ଆୟୋଜିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୭୫ତମ ଜୟନ୍ତୀର ଷଷ୍ଠ ସଂଧ୍ୟାରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ ଅଧ୍ୟକ୍ଷତା କରିଥିଲେ। ବକ୍ତା ଭାବେ ସାହିତ୍ୟିକ କୈଳାସ ଚନ୍ଦ୍ର ପରିଡ଼ା ଉପେନ୍ଦ୍ର ଭଞ୍ଜଙ୍କ କାଳଜୟୀ ସୃଷ୍ଟି ବୈଦେହୀଶ ବିଳାସ ଓ ରାମାୟଣ ମଧ୍ୟରେ ତୁଳନାତ୍ମକ ବିଶ୍ଲେଷଣ କରିଥିଲେ। ଉତ୍ସବରେ ଶିଶୁବକ୍ତା ଆଦ୍ୟାଶା ପଟ୍ଟନାୟକ ଉଦ୍‌ବୋଧନ ଦେଇଥିଲେ। ଅନୁଷ୍ଠାନର ଉପସଭାପତି ଡାକ୍ତର ଶୈଳେଶ୍ୱର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ରଜତ କୁମାର କର ସ୍ୱାଗତ ଭାଷଣ ଦେଇ ଭଞ୍ଜ ସାହିତ୍ୟ ସଂକ୍ରାନ୍ତରେ ଆଲୋଚନା କରିିଥିଲେ। ଉର୍ମିଳା ଲେଙ୍କା ଓ ସୌଦାମିନୀ ଦାସ ଭଞ୍ଜ ସଂଗୀତ ଗାନ କରିଥିବା ବେଳେ କୁମାରୀ ମୁନ୍‌ମୁନ୍‌ ସିଂହ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଗୁରୁ ଶକ୍ତି ନୃତ୍ୟ ଏକାଡେମୀ ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା। ଡାକ୍ତର ଅନୁପ୍‌ କୁମାର ମାର୍ଥ ଧନ୍ୟବାଦ ଅର୍ପଣ କରିଥିଲେ। କଳିଙ୍ଗ ଭାରତୀ ସାଧାରଣ ସଂପାଦକ ପୁରୁଷୋତ୍ତମ ପଟ୍ଟନାୟକ, ଡାକ୍ତର ସିଦ୍ଧାର୍ଥ ଶଙ୍କର ମହାନ୍ତି, ଡାକ୍ତର ଅଂଶୁମାନ କର, ଡାକ୍ତର ଦୀପକ ରାଜ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର