ମହିଚଲା ସ୍କୁଲରେ ପାଠ ପଢ଼ାଇଲେ ଜିଲ୍ଲାପାଳ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମହିଚଲା ସ୍କୁଲରେ କଳାହାଣ୍ଡି ଜିଲ୍ଲାପାଳ ଡା.ଗାଭାଲି ପରାଗ ହର୍ଷଦ ସୋମବାର ଦିନ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଆଜି ଅଭିଯୋଗ ଶୁଣାଣି ସରିଲା ପରେ ବିଭିନ୍ନ ଉନ୍ନୟନମୂଳକ କାମର ତଦାରଖ କରିବା ପାଇଁ ମହିଚଲା ଗାଁକୁ ଯାଇଥିଲେ। ପରେ ସେ ମହିଚଲା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇଥିଲେ। ଏଥିରେ ଜୁନାଗଡ଼ ବିଡିଓ ଦୁଲାରାମ ମାରାଣ୍ଡି, ତହସିଲଦାର ଉପେନ୍ଦ୍ର କୁମାର ଲୁହା, ମହିଚଲା ସରପଞ୍ଚ ଅଜୟ କୁମାର ବେହେରା, ଆରଡବ୍ଲୁଏସଏସ ର ସକାରୀ ଯନ୍ତ୍ରୀ, ସମସ୍ତ ପଞ୍ଚାୟତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର