ଦୁର୍ଦାନ୍ତ ମାଓନେତ୍ରୀ ଦେବେ ମାଢିଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ପୁଲିସ ନିକଟରେ ଦୁର୍ଦାନ୍ତ ମାଓନେତ୍ରୀ ଦେବେ ମାଢୀ ଆତ୍ମସମର୍ପଣ କରିଛନ୍ତି। ୨୦୦୮ ମସିହାରେ ଦେବେ ମାଓ ସଂଗଠନରେ ଜଡିତ ହୋଇ କାଲିମେଳା ଦଲମ ଏବଂ ପରବର୍ତୀ ସମୟରେ କୁଡୁମୁଲୁଗୁମ୍ମା ଦଲମରେ କାର୍ଯ୍ୟ କରୁଥିଲେ।

କାଲିମେଳା ବ୍ଲକ ଚିନ୍ତଲଵାଡା ପଞ୍ଚାୟତ ଅନ୍ତର୍ଗତ କୁସୁଲକୋଣ୍ଡା ଗ୍ରାମର ପଦିଆ କାବାସିଙ୍କ ଝିଅ ହେଲେ ଦେବେ ଓରଫ ଶାନ୍ତି। କାଲିମେଳା ଦଲମରେ ଦେବେଙ୍କୁ ନକ୍ସଲ ଜବରଦସ୍ତ ଭର୍ତ୍ତି କରିଥିଲେ। ବାଧ୍ୟ ବାଧକତାରେ ସେ ସଂଗଠନ ପାଇଁ କାମ କରିଥିଲେ। ଦୀର୍ଘ ବର୍ଷ ଧରି କାମ କରି ପଦୋନ୍ନତି ବି ପାଇଥିଲେ। ତେବେ ମାଓନେତା ସୁଧୀର ଓରଫ ଧନଞ୍ଜୟ କୋପେର ମହିଳା ନକ୍ସଲଙ୍କ ପ୍ରତି ଅସଦାଚରଣ ବଢୁଥିବାରୁ ସେ ପାର୍ଟି ଛାଡିବାକୁ ବାଧ୍ୟ ହୋଇଥିଲେ। ସରକାର ଦେବେ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। କୁଡୁମୁଲୁଗୁମ୍ମା ଦଲମର ଜଣେ ଆଗଧାଡିର ନେତ୍ରୀ ଭାବେ ପରିଚିତ ଥିବା ବେଳେ ତାଙ୍କ ଆତ୍ମସମର୍ପଣ ଦଳକୁ ଶକ୍ତ ଧକ୍କା ଦେଇଛି।

ସମ୍ବନ୍ଧିତ ଖବର