ଅଳ୍ପକେ ବର୍ତ୍ତିଲେ ଲାଞ୍ଜିଗଡ଼ ବିଧାୟକ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବିଧାୟକ ତଥା କଳାହାଣ୍ତି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ବଳଭଦ୍ର ମାଝୀଙ୍କ ଇନୋଭା କାର‌୍‌ (ଓଆର‌୍‌ ୦୮ ସି-୦୩୩୩) ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଧାୟକ ଶ୍ରୀ ମାଝୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆଜି ସକାଳେ ବିଶ୍ବନାଥପୁରସ୍ଥିତ ନିଜ ବାସଭବନରୁ ଶ୍ରୀ ମାଝୀ ଇନୋଭାରେ ବାହାରି ଜିଲ୍ଲା ଯୋଜନା କମିଟି ବୈଠକରେ ଯୋଗ ଦେବାକୁ ଭବାନୀପାଟଣା ଯାଉଥିଲେ। ହେଲେ ପୋଖରୀବନ୍ଧ- ସିରେକୁପା ମଝି ଢେପଗୁଡା ଘାଟି ନିକଟରେ ଏକ ପୋଲ ଭିତରେ ଖସି ପଡିଥିବା ଟ୍ରକକୁ ଉଦ୍ଧାର କରୁଥିବା ଏକ କ୍ରେନ୍‌ ଶ୍ରୀ ମାଝୀଙ୍କ ଇନୋଭାକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିର ଡାହାଣ ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ତେବେ ବିଧାୟକ କିମ୍ବା ତାଙ୍କ ସହ ଥିବା ଡ୍ରାଇଭରର କୌଣସି କ୍ଷତି ଘଟିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର