ନୂଆଦିଲ୍ଲୀ ଯିବ ଲକ୍ଷ୍ମୀପୁର ହଳଦୀ

କୋରାପୁଟ : ଲକ୍ଷ୍ମୀପୁର ହଳଦୀ ନୂଆଦିଲ୍ଲୀ ପଠାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବନ ବିଭାଗ। ଏଠାକାର ହଳଦୀ ଚାଷୀଙ୍କୁ ଉପଯୁକ୍ତ ଦର ମିଳୁ ନ ଥିବାରୁ ବନ ବିଭାଗ ଏପରି ନିଷ୍ପତ୍ତି ନେଇଛି। କୋରାପୁଟ ଡିଏଫଓ ପି.ପୂର୍ଣ୍ଣିମା ଦେଇଥିବା ସୂଚନା ଅନୁସାରେ, ଏଠାରେ ହଳଦୀ ଦର ୭୦ରୁ ୮୦ ଟଙ୍କା ଭିତରେ ରହୁଛି। ଏହା ଚାଷୀଙ୍କୁ ଭଲ ଲାଭ ଦେଉନି। ତେଣୁ ଚାଷୀଙ୍କଠାରୁ ହଳଦୀ ଆଣି ସିଧାସଳଖ କଂପାନି ପାଖରେ ପହଞ୍ଚାଇବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିନେଇ ନୂଆଦିଲ୍ଲୀର କିଛି ସଂସ୍ଥା ସହ ଯୋଗାଯୋଗ କରାଯାଇଛି। ସେମାନେ ହଳଦୀ ଦେଖି ଏହାକୁ ନେବା ପାଇଁ ରାଜି ହୋଇଛନ୍ତି। ଏଠାରୁ ହଳଦୀ ନୂଆଦିଲ୍ଲୀ ଗଲେ ଚାଷୀମାନେ କେଜି ପିଛା ପାଖାପାଖି ୧୧୦ ଟଙ୍କା ପାଇବେ। ପ୍ରଥମ ପର୍ଯ୍ୟାୟରେ ଏଠାରୁ ୨୦ ଟନ ହଳଦୀ ନୂଆଦିଲ୍ଲୀ ପଠାଯିବାକୁ ଯୋଜନା କରାଯାଇଥିବା ବନ ବିଭାଗ କହିଛି।

ସମ୍ବନ୍ଧିତ ଖବର