ଏହି ସବୁ ଜିଲ୍ଲାରେ ହାଲକା ବର୍ଷା ସହ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଶୁକ୍ରବାର ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ ଜିଲ୍ଲାରେ ହାଲକା ବର୍ଷା ସହ କାଳବୈଶାଖୀ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ମୟୁରଭଞ୍ଜ,ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କନ୍ଧମାଳ ଓ ଗଞ୍ଜାମ  ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ବର୍ଷା ସହ ବଜ୍ରପାତର ସମ୍ଭାବନା ଥିବାରୁ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ।

ସେହିପରି ଉପକୂଳ ଓଡ଼ିଶା ଓ କେନ୍ଦୁଝର, ଦେବଗଡ଼, ଅନୁଗୁଳ, ବୌଦ୍ଧ, ଢ଼େଙ୍କାନାଳ ଓ କନ୍ଧମାଳ ଆଦି ଜିଲ୍ଲାରେ  ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ । ତେଣୁ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ବିଭିନ୍ନ ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ଥିବା ବେଳେ ୨୫ ତାରିଖଠାରୁ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେବ ବୋଲି ପୂର୍ବାନୁମାନ କରାଯାଇଛି।

ଗତକାଲି ବରଗଡ଼ରେ ୭ମିମି, ବଲାଙ୍ଗୀରରେ ୪ମିମି, ଅନୁଗୁଳରେ ୩ମିମି, ମୟୁରଭଞ୍ଜରେ ୩ମିମି, ସମ୍ବଲପୁରରେ ୩ମିମି, ସୋନପୁରରେ ୨ମିମି, କନ୍ଧମାଳରେ ୨ମିମି, ଅନୁଗୁଳରେ ୨ମିମି ବର୍ଷା ରେକର୍ଡ କରାଯାଇଥିଲା।

ସମ୍ବନ୍ଧିତ ଖବର